ମୋହନା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଦାଶରଥି ଗମାଙ୍ଗ ଆରମ୍ଭ କଲେ ନିର୍ବାଚନ ପ୍ରଚାର କହିଲେ ବିଜେପି ଓ ବିଜେଡ଼ି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ …ଆର, ଉଦୟଗିରି (ମନୋଜ କୁମାର ପାଢୀ/୫/୪/ଆଜି ମୋହନା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଦାଶରଥି ଗମାଙ୍ଗ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ମୋହନା ବ୍ଲକର ଲୁହାଗୁଡ଼ି ଠାରୁ ମୋହନା ର କଣ୍ଟେଇକୋଳି ଏବଂ ପିଣ୍ଡିକି ପର୍ଯ୍ୟନ୍ତ ରୋଡ ଶୋ କରି ବିଜେଡି ଓ ବିଜେପି କିପରି ରାଜ୍ୟ ଏବଂ ଦେଶର ବିନାଶ କରୁଛନ୍ତି ପ୍ରଚାର କରିବା ସହ କଂଗ୍ରେସ ଦେଶ ସ୍ଵାଧୀନ ସହ ରାସ୍ତା, ପାନୀୟଜଳ ପ୍ରକଳ୍ପ, ଅଞ୍ଚଳରେ ଥିବା ଜଳସେଚନ ପ୍ରକଳ୍ପ ଏବଂ ଯେଉଁ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ଦେଖୁଛନ୍ତି ସେ ଗୁଡ଼ିକ କଂଗ୍ରେସ ସରକାର ସମୟରେ ହୋଇଥିବା ପ୍ରକାଶ କରିଥିଲେ। ଏହି ପ୍ରଚାର ସହ ରୋଡ ଶୋ ପ୍ରଚାରରେ ପ୍ରାୟ ତିନି ହଜାର ରୁ ଅଧିକା ପୁରୁଷ ଓ ମହିଳା ସାମିଲ ଥିବା ଦେଖିବାକୁ ମିଳିଥିଲା। କଂଗ୍ରେସ ପ୍ରାର୍ଥୀ ଦାଶରଥି ଗମାଙ୍ଗ ରାଜ୍ୟ କଂଗ୍ରେସ ସରକାର ବଧ୍ୟତାମୂଳକ ସରକାର କରିବ ବୋଲି ଦୃଢ଼କ୍ତି ପ୍ରକାଶ କରିବା ସଙ୍ଗେ ସରକାର କଣ କରିବେ ତାର ସଂକଳ୍ପ ପତ୍ର ଘୋଷଣା କରିଥିଲେ। ଏହି ପ୍ରଚାର ସମୟରେ ଜିଲ୍ଲା କଂଗ୍ରେସ କାର୍ଯ୍ୟକର୍ତ୍ତା ଙ୍କ ସମେତ ମୋହନା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୋହନା, ନୂଆଗଡ, ରାୟଗଡ଼ ଏବଂ ଆର. ଉଦୟଗିରି ବ୍ଲକର ହଜାର ହଜାର ନେତା ଓ କର୍ମୀ ପ୍ରଚାରରେ ଭାଗ ନେଇଥିଲେ। ବିଧାୟକ ପ୍ରାର୍ଥୀ ଗତ ନିର୍ବାଚନରେ ଯେତିକି ଭୋଟ ପାଇଁ ବିଜୟୀ ହୋଇଥିଲା ଚଳିତ ନିର୍ବାଚନରେ ତା ଠାରୁ ତିନି ଗୁଣ ଅଧିକା ଭୋଟ ପାଇ ବିଜୟୀ ହେବି ବୋଲି ପ୍ରକାଶ କରିଥିଲେ।
Related Posts
ଅଙ୍ଗନବାଡି କେନ୍ଦ୍ର କୁ ପରିଦର୍ଶନ କଲେ ବ୍ଲକ ଅଧ୍ୟକ୍ଷ ଶ୍ରୀ ଦିଲ୍ଲୀପ କହଁର.
ଅଙ୍ଗନବାଡି କେନ୍ଦ୍ର କୁ ପରିଦର୍ଶନ କଲେ ବ୍ଲକ ଅଧ୍ୟକ୍ଷ ଶ୍ରୀ ଦିଲ୍ଲୀପ କହଁର…. କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକ ନିକଟସ୍ଥ…
ବିଧାୟକ ଙ୍କ ପଡୋଶୀ ଗାଆଁରେ ନାହିଁ ମୌଳିକ ସୁବିଧା
ଆର.ଉଦୟଗିରି (ମନୋଜ କୁମାର ପାଢୀ):ଆର. ଊଦୟଗିରି ବ୍ଲକ ଅନ୍ତଗତ ମହେନ୍ଦ୍ରଗଡ ପଞ୍ଚାୟତର ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ଙ୍କ ପୈତୃକ ଗାଆଁ ସୁଗାଡ ଠାରୁ ମାତ୍ର…
କଣ୍ଟାବାଞ୍ଜି ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମାଙ୍କନପତ୍ର ଦାଖଲ |
ଭୁବନେଶ୍ୱର: ଓଡିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ବିଧାନସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି।ଟିଟଲାଗଡ଼ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ…