ଆଗାମୀ ଦିନରେ ସବୁ ଯାନ ହାଇଡ୍ରୋଜେନରେ ଚାଲିବ
ପୁରୀ: (Abhishek Mohanty) ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏକ ନିର୍ବାଚନୀ ପ୍ରଚାର ରାଲିରେ ଉଦବୋଧନ ଦେଇ କହିଲେ ଯେ ରାଞ୍ଚିରୁ ସମ୍ବଲପୁର ୪ ଲେନ୍ ରାସ୍ତା ହେବ, ନିର୍ବାଚନ ପରେ ଖୁବ ଶୀଘ୍ର କାମ ଆରମ୍ଭ ହେବ ଓ ଭୁବନେଶ୍ବର ରିଂ ରୋଡ୍ ଅକ୍ଟୋବରରୁ କାମ ଆରମ୍ଭ ହେବ।ମନ୍ତ୍ରୀ କହିବା ଅନୁଯାୟୀ ସମ୍ବଲପୁରରେ ୩୫ କିମି ୪ ଲେନ୍ ବିଶିଷ୍ଟ ରିଂ ରୋଡ୍ ହେବ।
ଓଡ଼ିଶାର ବିସ୍ତୃତ ସମୁଦ୍ର କୂଳ ରାଜ୍ୟ ପାଇଁ ବଡ଼ ଶକ୍ତି। ଆମେ ମତ୍ସ୍ୟଜୀବୀଙ୍କୁ ଶହେ ନଟିକାଲ ମାଇଲ ଦକ୍ଷତା ବିଶିଷ୍ଟ ଟ୍ରଲର ଦେଇଛୁ। ନଡ଼ାରୁ ବାୟୋ ସିଏନ୍ଜି ଉତ୍ପାଦନ ଆରମ୍ଭ ହୋଇଯାଇଛି।ଗାଁର କୃଷକ , ଶ୍ରମିକଙ୍କ ଉନ୍ନତି ପାଇଁ ନିରନ୍ତର ଉଦ୍ୟମ କରୁଛୁ।ଆଗାମୀ ଦିନରେ ସବୁ ଯାନ ହାଇଡ୍ରୋଜେନରେ ଚାଲିବ।