ଅସାଦାଚରଣ ଅଭିଯୋଗ ରେ ଯୁବକ କୋର୍ଟ ଚାଲାଣ।
ହିଞ୍ଜିଳି ଥାନା ଅର୍ନ୍ତଗତ ଖରିଡା ଗ୍ରାମର ଗ୍ୟାନରଞନ ସ୍ବାଇଁ ନାମକ ଜଣେ ଯୁବକ ସେହି ଅଞ୍ଚଳର ଜନୈକା ନାବାଳିକା କୁ ଅସାଦାଚରଣ ଅଭିଯୋଗ ରେ ହିଞ୍ଜିଳି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଘଟଣାରୁ ପ୍ରକାଶ ଯେ ଅଭିଯୁକ୍ତ ଗ୍ୟାନରଞନ ନାବାଳିକା ଜଣକ ଘର ବାରଣ୍ଡାରେ ବସିଥିବା ବେଳେ ତାକୁ ଅଶ୍ଳୀଳ ଭାଷାରେ ଥଟ୍ଟା ପରିହାସ କରିବାରୁ ନାବାଳିକା ଜଣକ ଡରି ଘରକୁ ପଳାଇ ଥିଲା।ସେ ଘରେ ଏକୁଟିଆ ଥିବା ଜାଣି ଗ୍ୟାନ ଘର ଭିତରକୁ ଯାଇ ତାକୁ ଅସଦାଚରଣ କାମ କରୁଥିଲା ବେଳେ ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ଯିବାରୁ ସେ ସେଠାରୁ ଫେରାର ହୋଇଯାଇଥିଲା।ପରେ ନାବାଳିକା ର ଜେଜେ ବାପାଙ୍କ ଅଭିଯୋଗ ପାଇ ପୋଲିସ ଏତଲା ନଂ ୧୧୦/୨୦୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ଅଭିଯୁକ୍ତ ଓ ନାବାଳିକା କୁ ଡାକ୍ତରୀ ମାଇନା କରିବା ପରେ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!