ଅସହ୍ୟ ଖରା ଓ ଗୁଳୁଗୁଳି ନେଇ ସବୁ ମେଡିକାଲକୁ ପ୍ରସ୍ତୁତ ରହିବାକୁସ୍ଵତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ
ଭୁବନେଶ୍ଵର: (ଅଭିଷେକ ମହାନ୍ତି)ଓଡ଼ିଶାରେ ଅସହ୍ୟ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଛି। ଆଜି ସମ୍ବଲପୁରରେ ସର୍ବାଧିକ ୪୫.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।ଏହି ପରିସ୍ଥିତିରେ ଅଂଶୁଘାତ ରୋଗୀଙ୍କ ସଂଖ୍ୟା ବଢ଼ିପାରେ। ତେଣୁ ମେଡିକାଲରେ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ।ସବୁ ସିଏଚସି , ପିଏଚସି , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରସ୍ତୁତ ନିର୍ଦ୍ଦେଶ ଦିଆଯାଉଛି।