ବରଗଡ ୧୭,୧୧(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଗୁରୁପାଲି ଗ୍ରାମବାସୀ ସ୍ଵର୍ଗତ ସୁଦାମ ଚରଣ ଖେତି କଂ ଶ୍ରୁତି ଉଦ୍ଦେଶ୍ଯ ରେ ଓ ଅମୃତ୍ କୁଟୁମ୍ ଭେଡେନ ର ୪୨ତମ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସ୍ଵର୍ଗତ ସୁଦାମ ବାପା ଈଶ୍ବର ଖେତି ଫିତାକାଟି ଉଦଘାଟନ କରିଥିଲେ। ଏହି ସମୟରେ ସ୍ଵର୍ଗତ ସୁଦାମ ଶ୍ରୁତି ସଭା କୁ ସୁରେନ୍ଦ୍ର କୁମାର ପଣ୍ଡା ପରିଚାଳନା କରିଥିଲେ।ପ୍ରଥମେ ଅତିଥି ମାନେ ସୁଦାମ ଙ୍କ ପ୍ରତିଛବି ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏଥିରେ ସଭାପତିତ୍ବ କରିଥିଲେ ଘନଶ୍ୟାମ ଅଗ୍ରୱାଲ ।ଏଥିରେ ମୁଖ୍ୟ ଅତିଥି ଭାବେ ଈଶ୍ବର ଖେତି, ସମ୍ମାନିତ ଅତିଥି ଭାବେ କ୍ଷମାନିଧି ନାୟକ ଓ ଅମୃତ୍ କୁଟୁମ୍ ର ସଭାପତି ଆନଂଦ ସୁନା ରକ୍ତଦାନ ର ଉପକାରିତା ସମ୍ପର୍କରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ସ୍ଵତନ୍ତ୍ର ଅତିଥିଭାବେ ପ୍ରଫୁଲ ବେହେରା, ମଦନ ଖେତି ଯୋଗ ଦେଇ ସ୍ଵର୍ଗତ ସୁଦାମ ଙ୍କ ଶ୍ରୁତି, ଅନୁଭୂତି ବର୍ଣ୍ଣନା କରିଥିଲେ। ବରଗଡ଼ ରକ୍ତଭଣ୍ଡାରର ଅମରଜିତ ମହାନ୍ତି,ଶ୍ରୀବତ୍ସ ସେଠ, କୃଷ୍ଣ ଚନ୍ଦ୍ର ସାହୁ ଓ ଇପ୍ସିତା ମହାନ୍ତି ଆସିଥିଲେ। ଏହି ଶିବିରରେ ୪୦ ଜଣ ପୁରୁଷ ଓ ୧୧ଜଣ ମହିଳା, ୪ ଜଣ ଦମ୍ପତି ସମେତ ମୋଟ ୫୧ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ। ଏହି ସମୟରେ ହୁଆଦାଲ ଖେତି, ଦେବସିଂ ନାୟକ, ମନୋଜ ବେହେରା କରୁଣାକର ନାୟକ, ପ୍ରଫୁଲ ବେହେରା ଭଗବାନ କର୍ମି, ମଦନ ଖେତି, ଗୁରୁପାଲି ଗ୍ରାମବାସୀ ଓ ଅମୃତ୍ କୁଟୁମ୍ ର ସମସ୍ତ ସଦସ୍ୟ ରକ୍ତ ଦାନ ଶିବିର ପରିଚାଳନା ରେ ସହଯୋଗ କରିଥିଲେ। ପରିଶେଷରେ ଅମୃତ କୁଟୁମ୍ ସକ୍ରିୟ ସଦସ୍ୟ ଲଲିତ କୁମାର ସାହୁ ରକ୍ତଦାତା ଓ ଶୁଭେଚ୍ଛୁ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Related Posts
ଘରେ ଚୂନ ଦେଉଥିବା ବେଳେ ୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯୁବକ ମୃତ
ଘରେ ଚୂନ ଦେଉଥିବା ବେଳେ ୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯୁବକ ମୃତ। ଆର,ଉଦୟଗିରି(ମନୋଜ କୁମାର ପାଢୀ/ -24/06/2024ଆଙ୍କର- ଗଜପତି ଜିଲ୍ଲା ମୋହନା କଲେଜ ଛକରେ…
ଭତ୍ତା ଟଙ୍କା ପାଇଁ ଜେଜେ ମାଆଙ୍କୁ ଠେଙ୍ଗାରେ ପିଟି ପିଟି ମାରିଦେଲା।
ଆଜି ଏପରି ହୃଦୟବିଦାରକ ଘଟଣା ବଲାଙ୍ଗିର ଜିଲ୍ଲାରେ ଘଟିଛି। ଭତ୍ତା ଟଙ୍କା ପାଇଁ ଜେଜେ ମାଆଙ୍କୁ ଠେଙ୍ଗାରେ ପିଟି ପିଟି ମାରିଦେଲା।ପୁଲିସ୍ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ…
ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା
ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା…. ଗଞ୍ଜାମ ଜିଲ୍ଲା 🙁 ରିପୋର୍ଟ କୁନା ଦିଗାଲ ):- ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସ୍ବୟଂ ଶାସିତ ବିଜ୍ଞାନ ମହାବିଦ୍ୟାଳୟର…