ଅବ୍ୟବସ୍ତା ଘେରରେ ରଣପାଟୁଳି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

ଅବ୍ୟବସ୍ତା ଘେରରେ ରଣପାଟୁଳି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ..

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ନିକଟସ୍ତ ଦୁତିମେଣ୍ଡି ପଞ୍ଚାୟତ ରେ ଥିବା ରଣପାଟୁଳି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ଡାଇନିଂ ହଲ୍ ନ ଥିବାରୁ ଗଛ ତଳେ ବସିକି ଖାଉଥିବା ଦେଖିବାକୁ ମିଳିଛି l ଜିଲ୍ଲା ମଙ୍ଗଳ ଅଧିକାରୀ ରବିନାରାୟଣ ମିଶ୍ର ଏବଂ ଫୁଲବାଣୀ ପିଏ ଆଇ ଟି ଡି ଏ ମେମ୍ ଙ୍କ କାର୍ଯ୍ୟ ଅବହେଳା ଏବଂ ଗାଲୁଆମି ବୁଦ୍ଧି ଯୋଗୁଁ କନ୍ଧମାଳ ଜିଲ୍ଲା ରେ ଏସ୍ ସି, ଏସ୍ ଷ୍ଟି ଛାତ୍ର ଛାତ୍ରୀ ମାନେ ନାହିଁନ ଥିବା ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି l ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ମଞ୍ଜୁର କରୁ ଥିବା ବେଳେ ଏପଟେ ଏହି ଅଧିକାରୀ ମାନେ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ହାତ ବାର୍ଷିକରି ଭିତିରିଆ ଲାଞ୍ଚ ନେଇଁ କିଛି ନ ଜାଣିବା ଭଳି ଅଭିନୟ କରୁଥିବା ଦେଖିବାକୁ ମିଳୁଛି l ଅଧ୍ୟକ୍ଷ କୁନା ଦିଗାଲ ଙ୍କ ସମେତ ନିରୀହ ଅଭିଭାବକ ମାନେ ଏହାକୁ ନିନ୍ଦା କରିବା ସହିତ ତୁରନ୍ତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରଣପାଟୁଳି ରେ ଛାତ୍ର ଛାତ୍ରୀ ଙ୍କ ଖାଇବା ନିମନ୍ତେ ଖାଦ୍ୟ ଗୃହ ଏବଂ ରୋଷେଇ କରିବା ନିମନ୍ତେ ରୋଷେଇ ଗୃହ ନିର୍ମାଣ କଲେ ଛାତ୍ର ଛାତ୍ରୀ ମାନେ ଶାନ୍ତିରେ ମୁଠେ ବସିକି ଖାଇ ପରିବା ସହିତ ରୋଷେୟା ମାନେ ମଧ୍ୟ ବନ୍ଦୀ କୋଠ ରି ରେ ରୋଷେଇ କରିବା ରୁ ମୁକ୍ତ ପାଇ ପାରନ୍ତେ ବଲି କନ୍ଧମାଳ ଜିଲ୍ଲା ର ନୂତନ ଜିଲ୍ଲାପାଳ ଅମ୍ବ୍ରିତ ରୁତୁରାଜ ମହୋଦୟ ଙ୍କୁ ମିଡ଼ିଆ ଜରିଆରେ ଅନୁରୋଧ ବାର୍ତ୍ତା ଦେଇଛନ୍ତି l ଏହି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସରୋଜ କୁମାର ସାହୁ ଙ୍କ କେଳେଙ୍କାରୀ ଯାଗୁଁ ଜିଲ୍ଲାପାଳ ତାଙ୍କୁ ଚାକିରୀ ରୁ ନିଲମ୍ବିତ କରି ବୀଣାପାଣି ମହାପାତ୍ର ଙ୍କୁ ଦାୟିତ୍ୱ ଦେଇଛନ୍ତି l ହେଲେ ସେତିକିରେ ଦୁର୍ନୀତି କାରି ଜିଲ୍ଲାମଙ୍ଗଳ ଅଧିକାରୀ ଙ୍କ ପେଟ ପୁରିଲାନି ଜେ ଦୁତିପଡ଼ା ପଞ୍ଚାୟତ ନିକସ୍ତ ରେ ଥିବା ଲେମ୍ବୁବଗିଚା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ନିଯୁକ୍ତି କରିବା ନିମନ୍ତେ ଷଡ଼ଯନ୍ତ୍ର ଚଲେଈ ଥିବା ଚର୍ଚା ହବୁଚି l ପ୍ରଧାନ ଶିକ୍ଷୟିତ୍ରୀ ଜଣଙ୍କ ଲେମ୍ବୁବଗିଚାରେ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଥାଇ ନାହିଁନ ଥିବା କେଳେଙ୍କାରୀ ତଥା କିଛି ଷ୍ଟାପ୍ ଙ୍କୁ ନିର୍ଯାତନା ଦେବା ସହିତ ଛାତ୍ରୀ ମାନଙ୍କୁ ନିଜ କାମରେ ଖଟେଇ ଅଭିଭାବକ ମାନଙ୍କୁ ପୂଜା ପର୍ବ ପର୍ବାଣି ରେ ମଧ୍ୟ ସ୍କୁଲ କୁ ପ୍ରବେଶ କରଉନ ଥିବା ଦେଖିବାକୁ ମିଳୁଛି l ସେଇ ଶିକ୍ଷୟିତ୍ରୀ ଙ୍କୁ ରଣପାଟୁଳି କୁ ନିଯୁକ୍ତି କରି ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ଆସୁଥିବା ଅର୍ଥ କୁ ଆତ୍ମସାଥ କରିଵା ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ପିଏ ଆଇ ଟି ଡିଏ ଫୁଲବାଣୀ ଅଧିକାରିଣୀ ଙ୍କ ଭିତିରିଆ ଚାଲ୍ ବଲି ବୁଦ୍ଧି ଯିବିମାନେ ଆଲୋଚନା କରୁଛନ୍ତି l

Leave a Reply

Your email address will not be published. Required fields are marked *