ଅବହେଳିତ ଆଦିବାସୀ ଅଧ୍ୟକ୍ଷିତ ନଦୀମୁଠା ଦୁର୍ଗମ ଅଞ୍ଚଳରେ ମୋବାଇଲି ଟାଓ୍ବାର କାର୍ଯ୍ୟକ୍ଷମ କେବେ?

ଅବହେଳିତ ଆଦିବାସୀ ଅଧ୍ୟକ୍ଷିତ ନଦୀମୁଠା ଦୁର୍ଗମ ଅଞ୍ଚଳରେ ମୋବାଇଲି ଟାଓ୍ବାର କାର୍ଯ୍ୟକ୍ଷମ କେବେ?

ଆର,ଉଦୟଗିରି(ମନୋଜ କୁମାର ପାଢୀ)- ନୁଆଗଡ ବ୍ଳକ୍ ଅଧୀନସ୍ଥ ଜଙ୍ଗଲ ପାହଡ ଘେରା ଆଦିବାସୀ ଅଧ୍ୟକ୍ଷିତ ଦୁର୍ଗମ ଉପାନ୍ତ ନଦୀମୁଠା ଅଞ୍ଚଳ ଚିର ଅବହେଳିତ ହୋଇ ରହିଛି । ଏହି ଅଞ୍ଚଳରେ ଅନେକ ଗ୍ରାମରେ ମୋବାଇଲ୍ ଟାଓ୍ବାର ନିର୍ମାଣ କରାଯାଇଛି । ବସବାସ କରୁଥିବା ସ୍ଥାନୀୟ ଅଞ୍ଚଳର ଲୋକେ ବାରମ୍ବାର ପ୍ରଶାସନ ନିକଟରେ ନିର୍ମାଣ ହୋଇଥିବା ମୋବାଇଲ୍ ଟାଓ୍ବାର କାର୍ଯ୍ୟକ୍ଷମ କରିବା ନିମନ୍ତେ ଦାବି କରି ଆସୁଥିଲେ ମଧ୍ୟ ପ୍ରଶାସନ କଣ୍ଣପାତ କରୁଥିବା ଅଭିଯୋଗ ହେଉଛି । ଫଳରେ ଅଞ୍ଚଳବାସୀ ଜରୁରୀ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଜରୁରୀ ପରିସ୍ଥିତିରେ ପୁଲିସ, ଅଗ୍ନିଶମ ବିଭାଗ ଓ ଆମ୍ବୁଲାନ୍ସ ସେବା ପାଇବାକୁ ହେଲେ ଯୋଗାଯୋଗା କଲେ ମଧ୍ୟ ତାହା ସମ୍ଭବ ହେଉନାହିଁ । ଅଧିକାଂଶ କାର୍ଯ୍ୟ ଅନଲାଇନ୍ ମାଧ୍ୟମରେ ହେଉଥିବା ବେଳେ ସାଧାରଣତଃ ଲୋକେ ବହୁଳ ଭାବେ ମୋବାଇଲ୍ ବ୍ୟବହାର କରୁଛନ୍ତି । ଏହି ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଉପାନ୍ତ ଅଞ୍ଚଳରେ ଅନେକ ସ୍ଥାନରେ ମୋବାଇଲ୍ ଟାଓ୍ବାର ସ୍ଥାପନ କରାଯାଇଛି କିନୁ, କାର୍ଯ୍ୟକ୍ଷମ ହେଉନଥିବାରୁ ଅଞ୍ଚଳବାସୀଙ୍କ ଅସନ୍ତୋଷ ବଢିଛି । ନଦୀମୁଠା ଅଞ୍ଚଳ ପାହାଡ ଘେରା ମଧ୍ୟରେ ଥିବାରୁ ଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆଢୁଆଳରେ ରହି ମୋବାଇଲ୍ ଟାଓ୍ବାର କାର୍ଯ୍ୟକ୍ଷମ ହୋଇପାରୁନାହିଁ ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଯଥା ଶୀଘ୍ର ମୋବିଇଲ୍ ଟାଓ୍ବାର କାର୍ଯ୍ୟକ୍ଷମ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *