ଅବକାରୀ ବିଭାଗ ର ବଡ଼ ଧରଣର ଚଢ଼ାଉ।

ଅବକାରୀ ବିଭାଗ ର ବଡ଼ ଧରଣର ଚଢ଼ାଉ।

ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅର୍ନ୍ତଗତ ଜି ନୁଆ ଗାଁ ରେ ଏକ ମଦ ପ୍ରସ୍ତୁତି କାରଖାନା ଉପରେ ଭଞ୍ଜନଗର, ବୁଗୁଡ଼ା ଓ ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରି ସଫଳତା ପାଇଛନ୍ତି ଅବକାରୀ ବିଭାଗ ପୋଲିସ। ଭଞ୍ଜନଗର ଅବକାରୀ ଅଧିକାରୀ ଅଲିଭା ମାଝୀ ଙ୍କ ନେତୃତ୍ବରେ ଏହି ଚଢ଼ାଉ ରେ ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ, ବୁଗୁଡ଼ା ଓ ଭଞ୍ଜନଗର ଅବକାରୀ ବିଭାଗ କର୍ମଚାରୀଙ୍କ ସହଯୋଗ ରେ ଚୋରା ଦେଶୀ ମଦ ପ୍ରସ୍ତୁତି କରୁଥିବା ୮ ଜଣ ଅଭିଯୁକ୍ତ କୁ ଘଟଣାସ୍ଥଳରୁ ଅଟକ ରଖାଯାଇଛି।ଏହା ମଧ୍ୟରେ ୫ ଜଣ ମହିଳା ଅନ୍ତର୍ଭୁକ୍ତ।ଏଥି ସହିତ ଗୋଟିଏ ମୋଟରସାଇକେଲ,୯୧୦ ଲିଟର ଦେଶୀମଦ, କିଛି ମଦ ପ୍ରସ୍ତୁତି ସାମଗ୍ରୀ ଜବତ କରିବା ସହ ୪ ହଜାର କିଲୋଗ୍ରାମ ରୁ ଅଧିକ ମଦ ପୋଚ କୁ ବିଭାଗୀୟ ଅଧିକାରୀମାନେ ନଷ୍ଟ କରିଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!

Leave a Reply

Your email address will not be published. Required fields are marked *