ଅବକାରୀ କନେଷ୍ଟବଳଙ୍କୁ ଆକ୍ରମଣ,ଜଣେ ଗିରଫ
ବ୍ରହ୍ମପୁର:ସୋମବାର ରାତିରେ ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଟେଲିଫୋନ ଭବନ ନିକଟସ୍ଥ ଗଳିରେ ଚୋରା ମଦ ବ୍ରିକି ହେଉଥିଲା । ଖବର ପାଇ ଅବକାରୀ କନେଷ୍ଟବଳ ସବ୍ୟସାଚୀ ମିଶ୍ର ଓ ଅନ୍ୟ ଜଣେ ସହଯୋଗୀ ସେଠାରେ ପହଁଞ୍ଚି ଭିଡ଼ିଓ କରୁଥିବା ବେଳେ କନେଷ୍ଟବଳ ସବ୍ୟସାଚୀଙ୍କୁ ୫ରୁ ୭ଜଣ ଯୁବକ ଆକ୍ରମଣ କରିଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି । ସବ୍ୟସାଚୀ ୟୁନିଫର୍ମରେ ନ ଥିବାରୁ ଦୁବୃର୍ତ୍ତମାନେ ଚିହ୍ନି ପାରିନ ଆକ୍ରମଣ କରିଥିଲେ । ଆକ୍ରମଣରେ ସବ୍ୟସାଚୀଙ୍କ ଆଖି ପତ୍ତାରେ ଗଭୀର ଆହତ ହୋଇଛି।ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରି ଜଣକୁ ଗିରଫ କରିଥିବା ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି । ବର୍ତ୍ତମାନ ଏକ ପୁଲିସ ଟିମ ଏହି ଘଟଣାରେ ସମ୍ପୃକ ରହି ଫେରାର ରହିଥିବା ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ବେଳେ ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି ।
ଅବକାରୀ କନେଷ୍ଟବଳଙ୍କୁ ଆକ୍ରମଣ,ଜଣେ ଗିରଫ
