ଅବକାରୀ ଓ ପୁଲିସ୍ ବିଭାଗ ଚେଇ ଶୋଇଛି, ଚୋରା ମଦ ଭାସୁଛି । ନୁଆଗଡ ମଦ ମୃତ ଆଶଙ୍କା

ଅବକାରୀ ଓ ପୁଲିସ୍ ବିଭାଗ ଚେଇ ଶୋଇଛି, ଚୋରା ମଦ ଭାସୁଛି । ନୁଆଗଡ ମଦ ମୃତ ଆଶଙ୍କା

ଗଜପତି ,(୨୩/୬/୨୦୨୪-: ନୁଆଗଡ ବ୍ଲକରେ ଅବାଧରେ ଚୋରା ମଦ କାରବାର ଚାଲିଥିବା ଦେଖିବାକୁ ମିଳୁଛି । ଅବକାରୀ ଓ ପୁଲିସ୍ ବିଭାଗ ଚେଇ ଶୋଇଛି। ଏଥିରେ ଅବକାରୀ ବିଭାଗ ମଧ୍ୟ ନିଷ୍କ୍ରିୟ ରହିବା ଏବଂ ପୁଲିସ ସହାୟତା ପ୍ରଦାନ କରିବା ଅଞ୍ଚଳବାସୀର ସ୍ତ୍ରୀ ପାଇଁ ଉଦ୍ବେଶର ବିଷୟ ପାଲଟିଛି । , ନୁଆଗଡ ବ୍ଲକର ଖଜୁରିପଦା,ନୁଆଗଡ,ବଡପଦା,କେରେଡାଙ୍ଗ, ପି,ଅନ୍ତରଡା,ତାବରଡା, ଗୋଲି, ଏନ୍, ଝାଲରସିଂ, ସମ୍ବଲପୁର, ସରଳାପଦର, ପରିମଳ ଅନୁଗୁରୁ, କିରାମା ସୁନ୍ଦରଡାଙ୍ଗ, ଉଦୟପୁର, ତୁମନ, ବୁରୁସିଂ ତରଭା, ପୁଟୁରୁପଡା, ବେତସିଂ, ରଙ୍ଗମାଟି ଏବଂ ଏହାର ଆଖପାଖ ଅଞ୍ଚଳରେ ଦେଶୀମଦ ଓ ବିଦେଶୀ ମଦ ଚୋରା କାରବାର ବୃଦ୍ଧି ପାଇବାରେ ଲାଗିଛି । ରାୟଗଡା ସରକାରୀ ସ୍ବୀକୃତ୍ତି ପ୍ରାପ ବିଦେଶୀ ମଦ ଦୋକାନରୁ ପ୍ରତିଦିନ ନୁଆଗଡ, ଖଜୁରିପଦା,ବଡପଦା, କେରେଡାଙ୍ଗ ଏବଂ ଏହାର ବିଭିନ୍ନ ଅଞ୍ଚଳକୁ ବିଭିନ୍ନ ଗାଡି ମଟରରେ ମଦ ଚାଲଣ ହୋଇ ଅଞ୍ଚଳର ବିଭିନ୍ନ ଦୋକାନରେ ଓ ହୋଟଲ ଗୁଡିକରେ ଖୋଲା ଖୋଲି ବିକ୍ରି ଲେଉଛି । ନୁଆଗଡ ଓ ଖଜୁରୀପଦା ଗ୍ରାମର ବିଭିନ୍ନ ଜାଗା ଖୋଲା ଖୋଲି ଦେଶୀମଦ ପକଟ ବିକ୍ରି ହେବା ସହ ସରକାରୀ ଦରଠାରୁ ଅଧିକ ଦାମରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି । ଏହି ଅଞ୍ଚଳରେ ମଦ ବିକାଳି ପଚାରିଲେ ଆମେ ପୁଲିସ ଓ ଅବକାରୀ ବିଭାଗକୁ ମାସିକିଆ ଚାନ୍ଦାଦେଇ ମଦ ବିକ୍ରି କରୁଛୁ ତୁମର ହାତ କଣ କର ବୋଲି ଉତ୍ତର ମିଳୁଛି । ସାଧାରଣ ଲୋକ ଓ ଗ୍ରାମର ମହିଳା ମଣ୍ଡଳ ଏହି ମଦବିକ୍ରି ପ୍ରତିବାଦ କଲେ ପୁଲିସ ନାଲି ଆଖିରେ ଶିକାର ହେବା ସହ ମଦ ବେପାରିଙ୍କ ମାନେ ଆକ୍ରମଣ ଶିକାର ହେବାକୁ ପଡୁଛି । ଆର,ଉଦୟଗିରି ଥିବା ସରକାରୀ ସ୍ବୀକୃତି ପ୍ରାପତ ଭାଟିରୁ ମାଚ ମାସରୁ ଏହିଭାଟି ବନ୍ଦ ହୋଇଯାଇଥିବାରୁ ଛେଳିଗଡ ଭାଟିରୁ ପ୍ରତିଦିନ ବିଭିନ୍ନ ଯାନ ବାହନ ଦ୍ବାରା ଅବାଧରେ ନୁଆଗଡ ଓ ଏହାର ଆଖପାଖ ଅଞ୍ଚଳକୁ ପ୍ରତିଦିନ ଶହ ଶହ ପ୍ୟାକେଟ୍ ମଦ ଚାଲଣ ହେଉଛି । ବିଭିନ୍ନ ଗ୍ରାମ କୁଡିକୁ ଅବାଧରେ ମଦବିକ୍ରି ଚାଲୁଥିବା ବେଳେ ଅବକାରୀ ଓ ପୁଲିସର ଅଣଦେଖା ଚାଲିଛି । ଏହି ଚୋରାମଦ କାରବାର ଯୋଗୁଁ ଯୁବକମାନେ ମଦପିଇ ମାତାଲ ହୋଇ ରାସ୍ତାରେ ଝିଅ, ବୋହୁ ଚାଲିବାକୁ ଅଞ୍ଚଳରେ ଭୟ କରୁଛନ୍ତି । ଛେଳିଗଡ ଶିକୃତିପ୍ରାତ ଦେଶି ଭାଟିରୁ ପ୍ରତିଦିନ ଶହ ପକଟ ଆସି ଖଜୁରୀପଦା ପିଓ୍ବଡି ଡାକ ବଙ୍ଗଳା ବିକ୍ରି ହେଉଛି ସେହିପରି ରାୟଗଡା ବିଦେଶି ମଦ ଦୋକାନରୁ ପ୍ରତିଦିନ ଶହ ଶହ ବୋତଲ ମଦ ବିଭିନ୍ନ ଗାଡି ଆଣି ଖଜୁରୀପଦା ବିଭିନ୍ନ ଦୋକାନ ବିକ୍ରି ଚାଲିଛି ବୋଲି ଅଞ୍ଚଳବାସୀ ଅଭିଯୋଗ ହେଉଛି । ଏଥିସହ ନୁଆଗଡ ଅଅଞ୍ଚଳରବାସୀ ବିଭିନ୍ନ ଜାଗାରେ ଜାଗାରେ ଜୁଆଖେଳ ଖୋଲା ଖୋଲି ଭାବେ ଚାଲିଥିବା ବେଳେ ପୁଲିସ ଅଧିକାରୀମାନେ ସବୁସୁଣି ମଧ୍ୟ ଚୁପ୍ ରହୁଛନ୍ତି । ଏଥିପ୍ରତି ଗଜପତି ଏସପି ଧନ୍ୟଦେଇ ଚୋରାରେ ଚାଲୁଥିବା ମଦ ବିକ୍ରି ବନ୍ଦ କରିବାକୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *