ଅବକାରୀ ଓ ପୁଲିସ୍ ବିଭାଗ ଚେଇ ଶୋଇଛି, ଚୋରା ମଦ ଭାସୁଛି । ନୁଆଗଡ ମଦ ମୃତ ଆଶଙ୍କା

ଅବକାରୀ ଓ ପୁଲିସ୍ ବିଭାଗ ଚେଇ ଶୋଇଛି, ଚୋରା ମଦ ଭାସୁଛି । ନୁଆଗଡ ମଦ ମୃତ ଆଶଙ୍କା

ଆର,ଉଦୟଗିରି- ନୁଆଗଡ ବ୍ଲକରେ ଅବାଧରେ ଚୋରା ମଦ କାରବାର ଚାଲିଥିବା ଦେଖିବାକୁ ମିଳୁଛି । ଅବକାରୀ ଓ ପୁଲିସ୍ ବିଭାଗ ଚେଇ ଶୋଇଛି। ଏଥିରେ ଅବକାରୀ ବିଭାଗ ମଧ୍ୟ ନିଷ୍କ୍ରିୟ ରହିବା ଏବଂ ପୁଲିସ ସହାୟତା ପ୍ରଦାନ କରିବା ଅଞ୍ଚଳବାସୀର ସ୍ତ୍ରୀ ପାଇଁ ଉଦ୍ବେଶର ବିଷୟ ପାଲଟିଛି । , ନୁଆଗଡ ବ୍ଲକର ଖଜୁରିପଦା,ନୁଆଗଡ,ବଡପଦା,କେରେଡାଙ୍ଗ, ପି,ଅନ୍ତରଡା,ତାବରଡା, ଗୋଲି, ଏନ୍, ଝାଲରସିଂ, ସମ୍ବଲପୁର, ସରଳାପଦର, ପରିମଳ ଅନୁଗୁରୁ, କିରାମା ସୁନ୍ଦରଡାଙ୍ଗ, ଉଦୟପୁର, ତୁମନ, ବୁରୁସିଂ ତରଭା, ପୁଟୁରୁପଡା, ବେତସିଂ, ରଙ୍ଗମାଟି ଏବଂ ଏହାର ଆଖପାଖ ଅଞ୍ଚଳରେ ଦେଶୀମଦ ଓ ବିଦେଶୀ ମଦ ଚୋରା କାରବାର ବୃଦ୍ଧି ପାଇବାରେ ଲାଗିଛି । ରାୟଗଡା ସରକାରୀ ସ୍ବୀକୃତ୍ତି ପ୍ରାପ ବିଦେଶୀ ମଦ ଦୋକାନରୁ ପ୍ରତିଦିନ ନୁଆଗଡ, ଖଜୁରିପଦା,ବଡପଦା, କେରେଡାଙ୍ଗ ଏବଂ ଏହାର ବିଭିନ୍ନ ଅଞ୍ଚଳକୁ ବିଭିନ୍ନ ଗାଡି ମଟରରେ ମଦ ଚାଲଣ ହୋଇ ଅଞ୍ଚଳର ବିଭିନ୍ନ ଦୋକାନରେ ଓ ହୋଟଲ ଗୁଡିକରେ ଖୋଲା ଖୋଲି ବିକ୍ରି ଲେଉଛି । ନୁଆଗଡ ଓ ଖଜୁରୀପଦା ଗ୍ରାମର ବିଭିନ୍ନ ଜାଗା ଖୋଲା ଖୋଲି ଦେଶୀମଦ ପକଟ ବିକ୍ରି ହେବା ସହ ସରକାରୀ ଦରଠାରୁ ଅଧିକ ଦାମରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି । ଏହି ଅଞ୍ଚଳରେ ମଦ ବିକାଳି ପଚାରିଲେ ଆମେ ପୁଲିସ ଓ ଅବକାରୀ ବିଭାଗକୁ ମାସିକିଆ ଚାନ୍ଦାଦେଇ ମଦ ବିକ୍ରି କରୁଛୁ ତୁମର ହାତ କଣ କର ବୋଲି ଉତ୍ତର ମିଳୁଛି । ସାଧାରଣ ଲୋକ ଓ ଗ୍ରାମର ମହିଳା ମଣ୍ଡଳ ଏହି ମଦବିକ୍ରି ପ୍ରତିବାଦ କଲେ ପୁଲିସ ନାଲି ଆଖିରେ ଶିକାର ହେବା ସହ ମଦ ବେପାରିଙ୍କ ମାନେ ଆକ୍ରମଣ ଶିକାର ହେବାକୁ ପଡୁଛି । ଆର,ଉଦୟଗିରି ଥିବା ସରକାରୀ ସ୍ବୀକୃତି ପ୍ରାପତ ଭାଟିରୁ ମାଚ ମାସରୁ ଏହିଭାଟି ବନ୍ଦ ହୋଇଯାଇଥିବାରୁ ଛେଳିଗଡ ଭାଟିରୁ ପ୍ରତିଦିନ ବିଭିନ୍ନ ଯାନ ବାହନ ଦ୍ବାରା ଅବାଧରେ ନୁଆଗଡ ଓ ଏହାର ଆଖପାଖ ଅଞ୍ଚଳକୁ ପ୍ରତିଦିନ ଶହ ଶହ ପ୍ୟାକେଟ୍ ମଦ ଚାଲଣ ହେଉଛି । ବିଭିନ୍ନ ଗ୍ରାମ କୁଡିକୁ ଅବାଧରେ ମଦବିକ୍ରି ଚାଲୁଥିବା ବେଳେ ଅବକାରୀ ଓ ପୁଲିସର ଅଣଦେଖା ଚାଲିଛି । ଏହି ଚୋରାମଦ କାରବାର ଯୋଗୁଁ ଯୁବକମାନେ ମଦପିଇ ମାତାଲ ହୋଇ ରାସ୍ତାରେ ଝିଅ, ବୋହୁ ଚାଲିବାକୁ ଅଞ୍ଚଳରେ ଭୟ କରୁଛନ୍ତି । ଏଥିସହ ନୁଆଗଡ ଅଅଞ୍ଚଳରବାସୀ ବିଭିନ୍ନ ଜାଗାରେ ଜାଗାରେ ଜୁଆଖେଳ ଖୋଲା ଖୋଲି ଭାବେ ଚାଲିଥିବା ବେଳେ ପୁଲିସ ଅଧିକାରୀମାନେ ସବୁସୁଣି ମଧ୍ୟ ଚୁପ୍ ରହୁଛନ୍ତି । ଏଥିପ୍ରତି ଗଜପତି ଏସପି ଧନ୍ୟଦେଇ ଚୋରାରେ ଚାଲୁଥିବା ମଦ ବିକ୍ରି ବନ୍ଦ କରିବାକୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *