ଅପହରଣକାରୀ ଯୁବକ ଗିରଫ।
ଗଞ୍ଜାମ:ଗତ ଜୁଲାଇ ମାସରେ ହିଞ୍ଜିଳି ପୌରାଞ୍ଚଳ ରୁ ଜନୈକା ନାବାଳିକା କୁ ଅପହରଣ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା ଓ ବ୍ରହ୍ମପୁର ସଦର ଥାନା ଅର୍ନ୍ତଗତ ଅଲାରିଗଡ ଗ୍ରାମର କୃଷ୍ଣଚନ୍ଦ୍ର ସ୍ବାଇଁ ନାମକ ଜଣେ ଯୁବକ ଉକ୍ତ ନାବାଳିକା କୁ ଅପହରଣ କରିନେଇଥିବା ସୁଚନା ପାଇ ପୋଲିସ ଅନୁସନ୍ଧାନ ଚଳାଇଥିଲେ। ଅଭିଯୁକ୍ତ କୃଷ୍ଣ ନାବାଳିକା କୁ ଅପହରଣ ପରେ ଆନ୍ଧ୍ରପ୍ରଦେଶ ର କୌଣସି ଏକ ସ୍ଥାନ ରେ ରଖି ବିଭିନ୍ନ ପ୍ରଲୋଭନ ଦେଖାଇ ତା ସହ ଶାରୀରିକ ସମ୍ପର୍କ ରଖିଥିବାର ଜଣାପଡିଛି। ଏହି ଭଳି ସମସ୍ତ ତଥ୍ୟ କୁ ଆଧାର କରି ହିଞ୍ଜିଳି ପୋଲିସ ଆନ୍ଧ୍ରପ୍ରଦେଶ ରେ ଚଢ଼ାଉ କରି ଉଭୟ ପୀଡ଼ିତା ଓ ଅଭିଯୁକ୍ତ କୁ ସେଠାରୁ ଉଠାଇ ଆଣି ଡାକ୍ତରୀ ମାଇନା କରିବା ପରେ ଅଭିଯୁକ୍ତ କୃଷ୍ଣ କୁ ପୋକ୍ସ ଅଦାଲତ କୁ ଚାଲାଣ କରିଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!