ଅନିଦ୍ରା ସଚେତନl ଓ ସ୍ଵାସ୍ଥ୍ୟ ଶିବିର
6ବ୍ରହ୍ମପୁର ତା. 20. 5.ପ୍ରାତଃ ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଅନିଦ୍ରା ରୋଗ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ଗ୍ରୀଷ୍ମ ରୁତୁରେ ଗରମ ଯୋଗୁଁ, ଶୋଇବା ପୂର୍ବରୁ ମୋବାଇଲ ବ୍ୟବହାର, ବାର୍ଦ୍ଧକ୍ୟରେ, ମାନସିକ ଚିନ୍ତା, କ୍ରୋଧ, ଶୋଇବା ପୂର୍ବରୁ କଫି, ନିକୋଟିନ୍ ଜାତୀୟ ଦ୍ରବ୍ଯ ସେବନ, ଯାନରେ ଅଧିକ ଭ୍ରମଣ, ପିତ୍ତ ବର୍ଦ୍ଧକ କଟୁ,ମସଲା,ଆମିଷ, ତେଲ ଛଣା ଖାଦ୍ୟ, ଗୋଡ଼ ହାତ ବ୍ୟଥାରେ ରାତ୍ର ଭଲ ନିଦ୍ରା ହୁଏନାହିଁ ଫଳରେ ଭ୍ରମ, ଦୁର୍ବଳ ବୋଧ,ଅରୁଚି, କାମରେ ଅନିଚ୍ଛା ଆଦି ଲକ୍ଷଣ ଦେଖାଯାଏ। କାରଣ ଗୁଡିକୁ ଛାଡି ସମ ଶୀତୋଷ୍ଣ, ଅନ୍ଧାର ଗୃହରେ,ସଙ୍ଗୀତ କୋଳାହଳ ବିହୀନ, ଉତ୍ତମ କୋମଳ ଶଯ୍ୟାରେ, ଗୋଡ ହାତ ଧୋଇ, ପରିସ୍ରା କରି ଶୋଇଲେ ଓ ସୁନୁସୁନିଆ ଶାଗ, ପୋଇ ଶାଗ ବା ସର୍ପଗନ୍ଧା ଚେର ଘୋରି ଖାଇଲେ ଭଲ ନିଦ୍ରା ହୁଏ।ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ରାଓ l ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ଅନୁରୋଧ କରିଛନ୍ତି।