ଅଧପନ୍ତରିଆ ଶ୍ରେଣୀଗୃହ କାମ ଗଛ ତଳେ ପିଲାଙ୍କ ଭବିଷ୍ୟତ ଗଢା

ଅଧପନ୍ତରିଆ ଶ୍ରେଣୀଗୃହ କାମ ଗଛ ତଳେ ପିଲାଙ୍କ ଭବିଷ୍ୟତ ଗଢା

ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଶିକ୍ଷାର ବିକାଶ, ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ବିଭିନ୍ନ ଯୋଜନାରେ ସରକାର କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି । ଏତେ ସବୁ ଯୋଜନା ସତ୍ତ୍ବେ ଏବେବି ଅନେକ ବିଦ୍ୟାଳୟର ଉନ୍ନତି ହୋଇନାହିଁ । ପ୍ରଶାସନର ଅବହେଳା ହେଉ କିମ୍ବା ସ୍ଥାନୀୟ ଜନ ପ୍ରତିନୀଧିଙ୍କ ଆନ୍ତରିକତା ଅଭିବ ଯୋଗୁଁ ବିଦ୍ୟାଳୟର ଉନ୍ନତିରେ ବାଧକ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ସମସ୍ୟା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ତିତିଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ । ବିଦ୍ୟାଳୟରେ କିଛି ପିଲା ଏକ ଭାଙ୍ଗ ଶ୍ରେଣୀ ଗୃହରେ ପଢୁଥିବା ବେଳେ କିଛି ପିଲା ଗଛମୂଳେ ପଢୁଛନ୍ତି । ୧୯୫୫ ଜୁନ ୨୨ରେ ନିର୍ମାଣ ହୋଇଥିବା ତିଳିଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଥିବା ପୁରୁଣା କୋଠ ଭାଙ୍ଗି ନଷ୍ଟ ହୋଇଯାଇଛି । ଦୀର୍ଘ ବର୍ଷ ହେଲା ଶ୍ରେଣୀ ଗୃହ ଭାଙ୍ଗି ଗଲାଣି । ବିଦ୍ୟାଳୟର ଆବଶ୍ୟକତାକୁ ଦେଖି ନୂତନ କୋଠ ନିର୍ମାଣ ହୋଇଥିଲା । ଝରକା କବାଟ ନ ଲଗାଇ କୋଠା ନିର୍ମାଣ ସମ୍ପୂଣ୍ଣ ଦର୍ଶାଇ କବାଟ ନ ଲଗାଇ କୋଠା ନିର୍ମାଣ ସମ୍ପୂଣ୍ଣ ଦର୍ଶାଇ ବିଲ୍ କରାଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଶ୍ରେଣୀ କୋଠା ଅଭାବରୁ କିଛି ପିଲା ଅଦ୍ଧ ନିମିତ କୋଠାରେ ଓ କିଛି ପିଲା ବିଦ୍ୟାଳୟ ପରିସରରେ ଥିବା ଗଛ ମୂଳ ପାଠ ପଢୁଛନ୍ତି । ଏପରିକି ଅଦ୍ଧ ନିମିତ ଶ୍ରେଣୀ କୋଠାରେ ପିଲାମାନେ ଥରିଥରି ପଢୁଥିବାରୁ ଶିକ୍ଷକ କନା ଓ ପାଲ ବାନ୍ଧି ଭିତରେ ବସୁଛନ୍ତି । ବିଦ୍ୟାଳୟରେ ପାଣି ସମସ୍ୟା ରହିଥିବା ବେଳେ ବିଦ୍ୟୁତ ସଂଯୋଗ ହୋଇନାହିଁ । ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୦ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ପ୍ରଧାନଶିକ୍ଷକଙ୍କ ସମେତ ୨ ଶିକ୍ଷକ ରହିଛନ୍ତି । ଏନେଇ ବ୍ଳକ ଶିକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗା କରିବାକୁ ଚାହିଁଥିଲୁ ସେ କାର୍ଯ୍ୟାଳୟ ଆସିନଥିବାରୁ ଯୋଗାଯୋଗା ହୋଇପାରି ନଥିଲା ।

Leave a Reply

Your email address will not be published. Required fields are marked *