ଅତିରିକ୍ତ ଜିଲ୍ଲାପାଳ ଓ ସିଡିଓ ରାୟଗଡଙ୍କ ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ l
ରାୟଗଡ:-ତା. ୧୭/୦୨-ଆଜି ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ କର୍ମ ନିୟୋଜନ ବିଭାଗ ଓ ଜେକେ ଟ୍ରଷ୍ଟ ବମ୍ବେର ସହାଭାଗିତାରେ ସ୍ଥାନୀୟ ରାମକୃଷ୍ଣ ମିଶନ ପରିସରରେ ପରିଚାଳିତ ଦକ୍ଷତା ବିକାଶ କେନ୍ଦ୍ରଙ୍କୁ ଶ୍ରୀ ନବୀନ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ, ରୟାଗଡ଼ ଓ ଶ୍ରୀ ଅକ୍ଷୟ ଖେମୁଣ୍ଡୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ରାୟଗଡ ପରିଦର୍ଶନ କରିଛନ୍ତି l ଜିଲ୍ଲା ଓ ଜିଲ୍ଲା ବାହାରରୁ ୩୦ଜଣ ଛାତ୍ରୀ ମlନେ ୪୫ ଦିନିଆ ସ୍ୱଳ୍ପ ମିଆଦ ସିଲେଇ ତାଲିମ ଗ୍ରହଣ କରୁଛନ୍ତି l ଜେକେ ଟ୍ରଷ୍ଟ ବମ୍ବେ ତରଫରୁ ରେମଣ୍ଡ କମ୍ପlନି ଜରିଆରେ ସିଲେଇ ତାଲିମ ପ୍ରଦାନ କରାଯାଉଛି l ଛାତ୍ରୀ ମାନଙ୍କୁ କମ୍ପାନୀ ତରଫରୁ ମାଗଣା ରହିବା ଓ ଖାଇବା ବ୍ୟବସ୍ଥା କରାଯାଇଛି l ଏହି ଅବସରରେ ଅତିରକ୍ତ ଜିଲ୍ଲାପାଳ ଶ୍ରୀ ନାୟକ,ସିଡିଓ ଶ୍ରୀ ଖେମୁଣ୍ଡୁ, ବିଡ଼ିଓ ଶ୍ରୀ ସଦlଶିବ ନାୟକ, ଜିଲ୍ଲା ଦକ୍ଷତା ବିକlଶ ଅଧିକାରୀ ଶ୍ରୀ ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ତାଲିମ ଗ୍ରହଣ କରୁଥିବା ଛାତ୍ରୀ ମାନୁଙ୍କୁ କେରିୟର ଗଠନ ସମ୍ପର୍କରେ ଉଦବୋଧନ ଦେଇଥିଲେ l ସେହିପରି ଚାଟିକଣା ସ୍ଥିତ ନୂଆ ଓଡିଶା ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କରିଥିଲେ l ସେଠାରେ ଯୁବକ ମାନଙ୍କୁ ସୌର ପାନେଲା ସଂସ୍ଥାପନ ତାଲିମ ଦିଆଯାଉଥିବା ଦେଖିଲେ ଓ ଯୁବକ ମାନଙ୍କୁ ଉତ୍ସାହିତ କରିଥିଲେ l