ଅତାବିରା, ବରାମୁଣ୍ଡା ଗ୍ରାମ ଠାରେ ମହାସମାରୋହରେ ସରସ୍ଵତୀ ପୂଜା ଓ ରକ୍ତଦାନ ଶିବିରର ଅନୁଷ୍ଠିତ ହୋଇଯାଇଛି।

ଅତାବିରା, ବରାମୁଣ୍ଡା ଗ୍ରାମ ଠାରେ ମହାସମାରୋହରେ ସରସ୍ଵତୀ ପୂଜା ଓ ରକ୍ତଦାନ ଶିବିରର ଅନୁଷ୍ଠିତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକ ବରାମୁଣ୍ଡା ଠାରେ ମାଁ ସରସ୍ଵତୀଙ୍କ ପୂଜା ଅବସରରେ ପ୍ରଥମେ ଗ୍ରାମର ମହିଳା ଓ ପୁରୁଷ ମାନେ ମିଶି ଏକ ବିରାଟ ଶୋଭାଯାତ୍ରାରେ ନିକଟସ୍ଥ କେନାଲରୁ ପୂର୍ଣ୍ଣ କଳସ ଆଣି ପୂଜା ମଣ୍ଡପ ଠାରେ ପୂରୋହିତ କଂ ଦ୍ବାରା ପୂଜାର୍ଚ୍ଚନା କରି ସ୍ଥାପନ କରାଯାଇଛି। ଏହି ସରସ୍ଵତୀ ପୂଜା ଅବସରରେ ବରାମୁଣ୍ଡା ଯବ ଗୋଷ୍ଠୀ ଓ ଅମୃତ୍ କୁଟୁମ୍, ଭେଡେନ ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଶଂକର ରାଇସ ମିଲ ମାଲିକ ରାମ ନିବାସ ଅଗ୍ରୱାଲ ଯୋଗ ଦେଇ ଫିତାକାଟି ଉଦଘାଟନ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଅମୃତ୍ କୁଟୁମ୍, ଭେଡେନ ର ସଭାପତି ଆନଂଦ ସୁନା, ସାମ୍ବାଦିକ ସୁରେନ୍ଦ୍ର କଠାର, ଭବାନୀ ଶଙ୍କର ପାଢ଼ୀ ଓ ଭୀମ ଦୁବସାଗର ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।ଏହି ସମୟରେ ଶଂକର ରାଇସ ମିଲ ମାଲିକ ରାମ ନିବାସ ଅଗ୍ରୱାଲ ବରାମୁଣ୍ଡା ୟୁଜିୟୁପି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଶୁଦ୍ଧ ପାନୀୟଜଳର ସମସ୍ୟା ଦୂରକରି ପାଇଁ ଏକ ଆରଓ ଉଆଟର୍ ଫିଲଟର ଦାନ କରି ଉଦ୍ଘାଟନ କରିଥିଲେ। ଏହି ଅବସରରେ ବରାମୁଣ୍ଡା ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସମେତ ଯୁବ ଗୋଷ୍ଠୀ ଓ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ। ଏହି ରକ୍ତଦାନ ଶିବିର କୁ ବୀରସୁରେନ୍ଦ୍ର ସାଏ ମେଡିକାଲ ହସ୍ପିଟାଲ ବୁର୍ଲା ରକ୍ତ ଭଣ୍ଡାର ଡାଃ ଶକ୍ତି ପଟ୍ଟନାୟକ, କାଉନସିଲର ମଣ୍ଟୁ ପ୍ରଧାନ, ଟେକନିସିଆନ ଦେବାଷିଶ ମିଶ୍ର, ପାଏନୁ ଭୋଇ, ଜନକ ବେହେରା ପ୍ରମୁଖ ରକ୍ତ ସଂଗ୍ରହ କରି ଥିଲେ। ଏହି ସମୟରେ ୨୨ ଜଣ ପୁରୁଷ ଓ ୩ ମହିଳା ସମେତ ମୋଟ ୨୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ବରାମୁଣ୍ଡା ଯୁବ ଗୋଷ୍ଠୀ ସମେତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *