ଅଡବା ପୋଲିସ ସାତ କୋଟି ଟଙ୍କାର ଗଞ୍ଜେଇ ଚାଷ କୁ ନଷ୍ଟ କଲେ । ଆର,ଉଦୟଗିରି(ମନୋଜ କୁମାର ପାଢୀ/ ୨୮/୧୧/୨୦୨୪ ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ କେଶରିଗୁଡା ଗ୍ରାମ ପଞ୍ଚାୟତର ପଣସପଦର ଗ୍ରାମରେ ୩୫ଏକର ଜମିରେ ଚାଷ ହୋଇଥିବା ଗଞ୍ଜେଇ କୁ ନଷ୍ଟ କରିଛନ୍ତି ଅଡବା ପୋଲିସ ସହ ଅବକାରୀ ବିଭାଗ। ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜତିନ୍ଦ୍ର ନାଥ ପଣ୍ଡା ଙ୍କ ନିର୍ଦ୍ଦେଶ ପ୍ରକାରେ ଆର. ଉଦୟଗିରି ଉପ ଆରକ୍ଷୀ ଅଧକ୍ଷଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସାତ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରିଥିବା ସୂଚନା ମିଳିଛି। ଗତ କିଛି ଦିନ ଧରି ଗଜପତି ଜିଲ୍ଲାର ପୋଲିସ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ କୋଟି କୋଟି ଟଙ୍କାର ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରିଥିବା ଜଣାପଡିଛି। ସେହିପରି ଆଗାମୀ ଦିନରେ ମଧ୍ୟ ଗଞ୍ଜେଇ ଚାଷ ବ୍ୟାପକ ଭାବେ ନଷ୍ଟ କରାଯିବାର ସୂଚନା ମିଳିଛି।
Related Posts
ମହେନ୍ଦ୍ରଗଡ ଗ୍ରାମରେ ଗଜଲକ୍ଷ୍ମୀଙ୍କ ପୂଜାର ମହେନ୍ଦ୍ରଗଡ଼ ତା ଅନ୍ତିମ ଦିନ
ମହେନ୍ଦ୍ରଗଡ ଗ୍ରାମରେ ଗଜଲକ୍ଷ୍ମୀଙ୍କ ପୂଜାର ମହେନ୍ଦ୍ରଗଡ଼ ତା ଅନ୍ତିମ ଦିନ ଆର,ଉଦୟଗିରି(ମନୋଜ କୁମାର ପାଢୀ/ 18/10/24 ରିଖ ଶୁକ୍ରବାର ଦିନ ମା ଗଜଲକ୍ଷ୍ମୀଙ୍କର ପୁଜୋତ୍ସବର ଅନ୍ତିମ ଦିବସ…
ବନ ସୁରକ୍ଷା ସପ୍ତାହ ପ୍ରଥମ ଦିନରେ ଚାରା ରୋପଣ କାର୍ଯ୍ୟକ୍ରମ
ବନ ସୁରକ୍ଷା ସପ୍ତାହ ପ୍ରଥମ ଦିନରେ ଚାରା ରୋପଣ କାର୍ଯ୍ୟକ୍ରମ ଗଜପତି -: (୩/୭/୨୦୨୪):ସୋମବାର ଠାରୁ ଆରମ୍ଭ ହୋଇଛି ବନ ସୁରକ୍ଷା ସପ୍ତାହ l ଏକ ସପ୍ତାହ…
ଛେଲାଗଡ ସରପଞ୍ଚ ଦୁଇରୁ ଅଧିକ ସନ୍ତାନ ମାମଲା ତଳକୋର୍ଟ ରାୟ ଉପରେ ରିହିତାଦେଶ ଜାରି
ଆର.ଉଦୟଗିରି(ମନୋଜ କୁମାର ପାଢୀ): ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆର,ଉଦୟଗିରି ବ୍ଳକ ଛେଳାଗଡ ସରପଞ୍ଚ ଡାଳିମ୍ବ ଗମାଙ୍ଗ ତାଙ୍କର କେବଳ ୨ଟି ସନ୍ତାନ ଅଛନ୍ତି ବୋଲି ସତ୍ୟପାଠ…