ଅଡବା ଥାନା ଅନ୍ତର୍ଗତ ଖ୍ରୀଷ୍ଟପୁର ଗାଁ ନିକଟରେ ଅଟୋ କୁ ଧକ୍କା ଦେଲା ରାଉଲ ସିଂ ନାମକ ଘରୋଇ ଟ୍ରକ୍ ,୨ ଯାତ୍ରୀ ଗୁରୁତର ଅବସ୍ଥାରେ ମୋହନା ମେଡିକାଲ୍ ରେ ଭର୍ତ୍ତି।
ଆର,ଉଦୟଗିରି :6/12(ମନୋଜ କୁମାର ପାଢୀ )ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଆଜି ଦିନ ଗୋଟାଏ ସମୟରେ ଖ୍ରୀଷ୍ଟପୁର ନିକଟରେ ରାହୁଲସିଂ ନାମକ ଘରୋଇ ଟ୍ରକ ଧକାରେ ୮ ଅଟୋ ଯାତ୍ରୀ ଆହାତ ।ସମସ୍ତ ଆହାତ ମାନେ ହେଲେ ଅଡବା ଥାନା ନିକଟସ୍ଥ ଗୁଲୁବା ଗ୍ରାମର। । ସମସ୍ତ ଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବିରିକୋଟ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପରେ ସୁଜତା ଘଡେଇ ଓ ଜୋଚ୍ଛନା ରାଣୀ ପାତ୍ର ଦୁଇଜଣ ଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରି ଚିକିତ୍ସା ଚାଲିଛି । ସୂଚନା ପ୍ରକାରେ ଟ୍ରକ ଟି ରାୟଗଡ଼ାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବାବେଳେ ଅଟୋଟି ଗୁଲୁବାରୁ ମୋହନା ଅଭିମୁଖେ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ଅଡବା ପୋଲିସ୍ ପହଞ୍ଚି ତଦନ୍ତ ଚଳାଇଛି।
ଅଡବା ଥାନା ଅନ୍ତର୍ଗତ ଖ୍ରୀଷ୍ଟପୁର ଗାଁ ନିକଟରେ ଅଟୋ କୁ ଧକ୍କା ଦେଲା ରାଉଲ ସିଂ ନାମକ ଘରୋଇ ଟ୍ରକ୍ ,୨ ଯାତ୍ରୀ ଗୁରୁତର ଅବସ୍ଥାରେ ମୋହନା ମେଡିକାଲ୍ ରେ ଭର୍ତ୍ତି।
