ଅଟୋ ଧକ୍କାରେ ବାଇକ ଚାଳକ ମୃତ, ଗୁରୁତର ଆରୋହୀ ଡାକ୍ତରଖାନାରେ।ଦିଗପହଣ୍ଡି ଥାନା ଅର୍ନ୍ତଗତ ଲାଢି ଗ୍ରାମ ଛକରେ ଏକ ମୋଟରସାଇକେଲ କୁ ଗୋଟିଏ ଦୃତଗାମୀ ଅଟୋ ଧକ୍କାରେ ଚାଳକ ବିକ୍ରମ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିଲା ବେଳେ ଆରୋହୀ ସାନୀୟା ନାୟକ ଦିଗପହଣ୍ଡି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସାପରେ ଅବସ୍ଥା ଗୁରୁତର ହେବାରୁ ତାକୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ସୁଚନା ଅନୁଯାୟୀ ଜଣାପଡିଛି ଯେ ମୃତ ବିକ୍ରମର ଘର ବ୍ରହ୍ମପୁର ସଦର ଥାନା ଅର୍ନ୍ତଗତ ନାରାୟଣ ପୁର ଗ୍ରାମ ରେ। ମକର ସଂକ୍ରାନ୍ତି ଉପଲକ୍ଷେ ତା’ର ସାଙ୍ଗ ସାନୀୟାର ଗ୍ରାମକୁ ବୁଲି ଯାଇଥିଲେ ଓ ଉଭୟେ ଜଳଖିଆ ଖାଇବା ପାଇଁ ଅନଙ୍ଗପୁର ଛକକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଧକ୍କା ଦେଇ ଅଟୋ ଚାଳକ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ବେଳେ ଦୁର୍ଘଟଣାର ଶୀକାର ଦୁଇ ଯୁବକ ରାସ୍ତା କଡ଼ରେ ପଡ଼ିଥିବା ବେଳେ ପୋଲିସ ଓ ଗାଁ ଲୋକେ ଉଭୟଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୋଟରସାଇକେଲ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
Related Posts

ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ନିମନ୍ତେ ପ୍ରସ୍ତୁତି ବୈଠକ
ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ନିମନ୍ତେ ପ୍ରସ୍ତୁତି ବୈଠକ.. ଆର,ଉଦୟଗିରି(ମନୋଜ କୁମାର ପାଢୀ)-: ଗଜପତି ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ପାଇଁ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ପ୍ରସ୍ତୁତି…

ବଡ଼ଗାଁରେ ଗୋଷ୍ଠୀ ସଂଘର୍ଷରେ ୧୦ ଆହତଙ୍କୁ ଭେଟିଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଜୟ ପଟ୍ଟନାୟକ
ବଡ଼ଗାଁରେ ଗୋଷ୍ଠୀ ସଂଘର୍ଷରେ ୧୦ ଆହତଙ୍କୁ ଭେଟିଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଜୟ ପଟ୍ଟନାୟକ ଗଜପତି, (୩୦/୪/୨୦୨୪):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଗୁରାଣ୍ଡି ଥାନା ଅନ୍ତର୍ଗତ…

ସଟସର୍କିଟ୍ ରୁ ଅଗ୍ନିକାଣ୍ଡ,୧୨ ଘର ପୋଡ଼ି ଧ୍ୱଂସ ଓ ଲକ୍ଷାଧିକ ଟଙ୍କାର ସମ୍ପତ୍ତି କ୍ଷତି।
ସଟସର୍କିଟ୍ ରୁ ଅଗ୍ନିକାଣ୍ଡ,୧୨ ଘର ପୋଡ଼ି ଧ୍ୱଂସ ଓ ଲକ୍ଷାଧିକ ଟଙ୍କାର ସମ୍ପତ୍ତି କ୍ଷତି। ଗଞ୍ଜାମ:ଖଲ୍ଲିକୋଟ ଥାନା ଅନ୍ତର୍ଗତ କମଳାପଦର ଗ୍ରାମରେ ବିଦ୍ୟୁତ୍ ସଟ୍ ରେ ଅଗ୍ନିକାଣ୍ଡ…