ଅଚେତ୍ ଅବସ୍ଥାରେ ଉଦ୍ଧାର ମହିଳା ଙ୍କ ମୃତ୍ୟୁ ଘୋଷଣା।
ଗଞ୍ଜାମ:ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ କମାପଲ୍ଲୀ ଅଞ୍ଚଳର ଏକ ଭଡାଘରେ ରହୁଥିବା ମହିଳା ଛାତ ଉପରେ ଅଚେତ୍ ଅବସ୍ଥାରେ ଥିଲା ଓ ତା’ର ସମ୍ପର୍କୀୟ ଭଉଣୀ ତାକୁ ମିଶିବାକୁ ଆସିଥିଲା ବେଳେ ତାର ସନ୍ଧାନ ପାଇ ଅଚେତ୍ ଅବସ୍ଥାରେ ତାକୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡ଼ାକ୍ତର ତାକୁ ମୃତ ଘୋଷଣା କରିଛନ୍ତି। ମୃତ ମହିଳା ଜଣଙ୍କ ୨୪ ବର୍ଷୀୟା ସସ୍ମିତା ପଣ୍ଡା ଓ ସେ ଏହି ଦୁଇ ବର୍ଷ ପୁର୍ବେ ସପିଂ ମଲରେ କାମ କରୁଥିବା ପ୍ରଶାନ୍ତ କୁମାର ସାବତ ନାମକ ଜଣେ ଯୁବକ କୁ ବାହା ଉକ୍ତ ଭଡ଼ା ଘରେ ଉଭୟ ରହୁଥିଲେ। ମହିଳାଙ୍କ ଶରୀରରେ କୌଣସି ଆଘାତ ଚିହ୍ନ ନଥିବାରୁ ଏହା ହୃଦଘାତ ଜନିତ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। କିନ୍ତୁ ପୋଲିସ ମୃତ ମହିଳାଙ୍କ ବ୍ୟବଛେଦ ପରେ ଭିସେରା ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କହିଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ,,