ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘର ଓଡ଼ିଶା ରାଜ୍ୟ ଶାଖା ସମ୍ମିଳନୀ 2024।

ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘର ଓଡ଼ିଶା ରାଜ୍ୟ ଶାଖା ସମ୍ମିଳନୀ 2024।

ଆର,ଉଦ଼ୟଗିରି(ମନୋଜ ପାଢୀ୧/୧୨/୨୪ ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘର ଓଡ଼ିଶା ରାଜ୍ୟ ଶାଖା ର ଏକଦିବସୀୟ ରାଜ୍ୟ ସମ୍ମିଳନୀ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟ କ୍ରମରେ ଉଚ୍ଚ ଶିକ୍ଷା ତଥା କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟ ବଂଶୀ ସୁରଜ୍ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଲେ ଓଡ଼ିଶା ପାଇଁ ଗୌରବାନିତ୍ଵ ମୂହୁର୍ତ୍ତ 2036 ମସିହା ଓଡ଼ିଶା ଶତବାର୍ଷିକୀ ପାଳନ ।ରାଷ୍ଟ୍ର ହିତରେ ଶିକ୍ଷକ ଶିକ୍ଷକ ହିତରେ ସରକାର,ସରକାରଙ୍କ ହିତରେ ସମାଜ ଏହା ମୂଳମନ୍ତ୍ର। ଶିକ୍ଷକ ମାନେ ପ୍ରଥମ ପହଞ୍ଚି ରେ ରହିବେ। ଆମ ରାଜ୍ୟର ଶୈକ୍ଷିକ୍ ସମୃଦ୍ଧି ସରାବିଶ୍ୱରେ ଏକ ଐତିହାସିକ ଶ୍ରେଷ୍ଠତ୍ଵ ଯାହାକି ପୁଷ୍ପ ଗିରି ବିସେବିଦ୍ୟାଳୟ ପୃଥିବୀର ସର୍ବ ପ୍ରଥମ ବିଶ୍ବ ବିଦ୍ୟାଳୟ ଆମ ଓଡ଼ିଶାରେ ଥିଲା। ଏହା ଉପରେ ଶ8ଖ୍ୟାକ ମାନେ ଗବେଷଣା ଯୁକ୍ତ ହୋଇ ତଥ୍ୟ ଭିତ୍ତିକ ପ୍ରତିପାଦନ କରିବାକୁ କହିଥିଲେ।କାର୍ଯ୍ୟ କାର୍ଯ୍ୟ କ୍ରମରେ ନିରଞ୍ଜନ ମହାନ୍ତି ସଭାପତିତ୍ବ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଖିଳ ଭାରତୀୟ ରାଷ୍ଟ୍ରୀୟ ସୈଖିକ୍ ମହାସଂଘର ସାଧାରଣ ସମ୍ପାଦକ ଶ୍ରୀ ମହେନ୍ଦ୍ର କାପୂର୍,ରାଜ୍ୟ ସଭାପତି ଶ୍ରୀଯୁକ୍ତ ମିଲ୍ଲୁ ରାମ ଜେନା,ପୂର୍ବାଞ୍ଚଳ ସଂଗଠନ ସମ୍ପାଦକ ଆଲୋକ ଚଟୋପାଧାୟ ଓ ରାଜ୍ୟ ସାଂଗଠାନିକ ସମ୍ପାଦକ ଡକ୍ଟର ନିରଞ୍ଜନ ମହାନ୍ତି, ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ପ୍ରମୁଖ ଯୋଗଦେଇ 1988 ମସିହାରେ ବିଦ୍ୟାଳୟ କ୍ଷେତ୍ରରେ ଅଖିଳ ଭାରତ ଶୈକ୍ଷୀକ ମହାସଂଘର ବୀଜ ବିପୋନ୍ କରାଯାଇଥିଲା ବର୍ତ୍ତମାନ ଏଥିରେ 13 ଲକ୍ଷ ସଭ୍ୟ ଉକ୍ତ ମହସଂଗରେ ଅଛନ୍ତି। ଜାତୀୟ ଶିକ୍ଷାନୀତି 2020 କାର୍ଯ୍ୟ କାରି ହେବ ପାଇଁ ମହାସଂଘ ଯତ୍ପର ଚେଷ୍ଟିତ। ଆବଶ୍ୟକ ହେଲେ ଶିକ୍ଷକ ଙ୍କ ହିତରେ ଆନ୍ଦୋଳନ କରିବାକୁ ହୁଏ ବୋଲକହିଥିଲେ।ଏହି ଅବସରରେ 5 ଜଣ ବରିଷ୍ଠ ଶିକ୍ଷାବିତ୍ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଶେଷରେ ଶିବ ବ୍ରତ ଦାସ ଧନ୍ୟ ବାଦ୍ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *