ଅକ୍ଟୋବର ୧୬ରେ ଜମ୍ମୁ-କଶ୍ମୀରର ନୂଆ ସରକାର ଶପଥ ଗ୍ରହଣ କରିବ। ଓମାର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

ଶ୍ରୀନଗର: ଅକ୍ଟୋବର ୧୬ରେ ଜମ୍ମୁ-କଶ୍ମୀରର ନୂଆ ସରକାର ଶପଥ ଗ୍ରହଣ କରିବ। ଓମାର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଉପରାଜ୍ୟପାଳ ମନୋଜ ସିହ୍ନା ଅକ୍ଟୋବର ୧୬ ତାରିଖ ପୂର୍ବାହ୍ନ ସାଢ଼େ ୧୧ଟାରେ ଏହି ସମାରୋହ ପାଇଁ ସମୟ ଧାର୍ଯ୍ୟ କରିଛନ୍ତି। ଉପରାଜ୍ୟପାଳ ଓମାରଙ୍କୁ ଲେଖିଥିବା ଚିଠିରେ ତାଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରାଯାଇଛି। କଂଗ୍ରେସ, ଆପ୍ ଏବଂ ସ୍ୱାଧୀନ ବିଧାୟକମାନେ ନ୍ୟାସନାଲ କନଫରେନ୍ସକୁ ସମର୍ଥନ ଘୋଷଣା କରିସାରିଛନ୍ତି।

Leave a Reply

Your email address will not be published. Required fields are marked *