ହନୁମାନ ମନ୍ଦିର କମିଟି ପକ୍ଷରୁ ରାମଝଣ୍ତା ପୂଜା ଓ ଶୁଭସ୍ତମ୍ଭ ସ୍ଥାପନ ଅନୁଷ୍ଠିତ ହୋଇଯାଇଛି।

ହନୁମାନ ମନ୍ଦିର କମିଟି ପକ୍ଷରୁ ରାମଝଣ୍ତା ପୂଜା ଓ ଶୁଭସ୍ତମ୍ଭ ସ୍ଥାପନ ଅନୁଷ୍ଠିତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ସଂକ୍ରିଡା ପଞ୍ଚାୟତ ଝରାପାଲି ମାର୍କେଟ -ଥୁଆପାଲି ଠାରେ ହନୁମାନ ମନ୍ଦିର ପ୍ରାଙ୍ଗଣରେ ରବିବାର ଦିନ ମନ୍ଦିର କମିଟି ପକ୍ଷରୁ ଶ୍ରୀରାମ ନବମୀ ଅବସରରେ ରାମଝଣ୍ତା ପୂଜା ଓ ଶୁଭସ୍ତମ୍ଭ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଜୟ ଶ୍ରୀରାମ ନାରା ରେ ପ୍ରକମ୍ପିତ ଉକ୍ତ କାର୍ଯ୍ୟକ୍ରମ ରେ ପୂଜକ ଭାବରେ ମନୋଜ ତ୍ରିପାଠୀ ପୂଜାକାର୍ଯ୍ୟ କରିଥିଲେ। ବିଶ୍ବହନ୍ଦୁ ପରିଷଦର ଜିଲ୍ଲା ପ୍ରଚାର ପ୍ରସାର ପ୍ରମୁଖ ପ୍ରଭାକର ଦାଶ ସନ୍ତୋଷ ଅଗ୍ରୱାଲ,ଅରୁଣ ଅଗ୍ରୱାଲ,ଶଂକରଲାଲ ଅଗ୍ରୱାଲ,ଅଜିତ ବେହେରା, ମନୋଜ କୁମାର ନାରନଲିଆ,ପ୍ରଦୀପ ଝ, ଅକ୍ଷୟ ବଘାର ପ୍ରମୁଖ ଓ ମନ୍ଦିର କମିଟିର ବହୁ ସଦସ୍ଯ ଉପସ୍ଥିତ ରହି ସହଯୋଗ କରିଥିଲେ।