ସଂବାଦ,ଓ ସାହିତ୍ୟ ଘର ଆନୁକୂଲ୍ୟରେ ସ୍ବାଭିମାନ ଦିବସ ପାଳିତ

ସଂବାଦ,ଓ ସାହିତ୍ୟ ଘର ଆନୁକୂଲ୍ୟରେ ସ୍ବାଭିମାନ ଦିବସ ପାଳିତ ସେମିଳିଗୁଡା.ତାରିଖ ୨୮,୪,୨୦୨୫:ସେମିଳିଗୁଡାରେ ସମ୍ବାଦ ଓ ସମ୍ବାଦ ସାହିତ୍ଯ ଘରର ମିଳିତ ଆନୁକୂଲ୍ୟରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ସ୍ବାଭିମାନ ଦିବସ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ଯ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ଚିତ୍ତରଞ୍ଜନ ମିଶ୍ର ଯୋଗଦେଇ ମଧୁସୁଦନଙ୍କ ଗୁଣାବଳୀ ,ତ୍ୟାଗ ,ଓଡିଶା ଗଠନରେ ଭୂମିକା ଉପରେ ଆଲୋକପାତ କରିଥିଲେ। ସମ୍ମାନିିତ ଅତିଥି ଭାବେ ବରିଷ୍ଠ ନାଗରିକ ସଂଘର ସଭାପତି ବିନୟ ଚନ୍ଦ୍ର ପଟ୍ଟନାୟକ ଓ ମୂଖ୍ଯବକ୍ତା ଭାବେ ପ୍ରେସ କ୍ଲବ ସଭାପତି ଅଜୟ କୁମାର ସାହୁ,ଅନ୍ୟତମ ଅତିଥି କାଉନସିଲର ମମତା ରାୟ ,ଧନେଶ୍ଵର ମହାପାତ୍ର ମଧୁବାବୁଙ୍କ ଉପରେ କହିଥିଲେ। ସମ୍ବାଦ ସାହିତ୍ଯ ଘରର ସଂପାଦିକା ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର ସଭା ପରିଚାଳନା କରିଥିଲେ। ସମ୍ବାଦ ପ୍ରତିନିଧି ଅଲେଖ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କନକ ଖିଲ ଓ ତାଙ୍କ ଟିମ ମଧୁବାବୁଙ୍କ ଉପରେ ସଂଗୀତ ଗାନ କରିଥିଲେ।ସମସ୍ତ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।ଦାମନଯୋଡିରୁ ରାଜୀବ ନାୟକ ଦେବେନ୍ଦ୍ର କୁମାର ରାଜୁ,ସୁନାବେଡାରୁ ସମୀର ରାଉତ ଓ ସଂଜୁ ମହାରଣା ଯୋଗ ଦେଇ ଥିଲେ।