Spread the love

ସହରର ଅଗ୍ରଣୀ ସମାଜସେବା ଅନୁଷ୍ଠାନ “ଶ୍ରଦ୍ଧା ଫାଉଣ୍ଡେସନ ” ତରଫରୁ ରାଧାକୃଷ୍ଣ ବିଲ ସାହିରେ ରହୁଥିବା ଭି. ଜାନକୀ ରାଓ , ବୟସ 71 ବର୍ଷ ଏବଂ ତାଙ୍କରି 90% ଦିବ୍ୟାଙ୍ଗ ପୁଅଙ୍କଆୟର କିଛି ବ୍ୟବସ୍ତା ନ ଥିବାରୁ ଫାଉଣ୍ଡେସନକୁ ସେ ଅନୁରୋଧ କରନ୍ତେ ଆଜି ସକାଳେ ଶ୍ରଦ୍ଧାଫାଉଣ୍ଡେସନ ତରଫରୁ ତାଙ୍କରି ଚଳିବା ନିମନ୍ତେ ଦୁଇ ମାସର ରାସନ ସାମଗ୍ରୀ ପ୍ରଦାନ କରାଯାଇଥିଲା ।ଏଥିରେ ସଭାପତି ପ୍ରଣବ କୁମାର ପଣ୍ଡା, ଉପ ସଭାପତି ସସ୍ମିତା ପାଢ଼ୀ, ସମ୍ପାଦିକା ଶ୍ରଦ୍ଧାଞ୍ଜଳି ପାଢ଼ୀ, କୋଷାଧ୍ୟକ୍ଷ ରାଇରଞ୍ଜନ ନନ୍ଦ, ସାଂସ୍କୃତିକ ସମ୍ପାଦକ ଯତୀନ୍ଦ୍ର କୁମାର ତ୍ରିପାଠୀ, କାର୍ଯକାରିଣୀ ସଭ୍ୟ ଡ଼କ୍ଟର ସୁରଜିତ ପାଣିଗ୍ରାହୀ ଏବଂ ମନୋଜ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ରୂପେ ସ୍ଥାନୀୟ କର୍ପୋରେଟର ଡି କରୁଣାକର,ବରିଷ୍ଠ ସାମ୍ବାଦିକ ସୁଦିପ ସାହୁ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *