ଲାଲକିଲ୍ଲା ବିସ୍ଫୋରଣ କେସ୍‌: ଏନଆଇଏ ଆଉ ଜଣଙ୍କୁ ଗିରଫ କଲା

“ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ଘଟଣାରେ ଜଡିତ ଥିବା ସନ୍ଦେହରେ ଏନଆଇଏ ଯୁବକଙ୍କୁ ଗିରଫ କରୁଛନ୍ତି।”
Spread the love

ଲାଲକିଲ୍ଲା ବିସ୍ଫୋରଣ କେସ୍‌: ଏନଆଇଏ ଆଉ ଜଣଙ୍କୁ ଗିରଫ କଲା

Delhi:( info media)ଦେଶକୁ ଦୋହଲାଇ ଦେଇଥିବା ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ (Blast in Delhi) ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଆଉ ଜଣକୁ ଗିରଫ କରିଛି।ନଭେମ୍ବର ୧୦ରେ ବିସ୍ଫୋରଣ କରିଥିବା ଆତ୍ମଘାତୀ ଆତଙ୍କୀ ଉମର ଉନ୍‌ ନବିଙ୍କୁ ସହଯୋଗ କରିଥିବା ଅଭିଯୋଗରେ ଏହି ଗିରଫଦାରୀ କରାଯାଇଛି।ଏନଆଇଏ ସୂତ୍ରମାନଙ୍କ ଅନୁସାରେ, ଗିରଫ ଯୁବକ ଫରିଦାବାଦର ଅଲ୍‌ ଫଲହା ବିଶ୍ୱବିଦ୍ୟାଳୟ ହସ୍ପିଟାଲରେ ୱାର୍ଡବୟ ଭାବେ କାମ କରୁଥିଲା ଏବଂ ବିସ୍ଫୋରଣ ପରିକଳ୍ପନାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଇଥିବା ସନ୍ଦେହ ରହିଛି।