ଧର୍ମଶାଳା ବ୍ଲକର ଏବିଡିଓ ଅସିତ କୁମାର ପାତ୍ରଙ୍କୁ ବାନ୍ଧିଲା ଭିଜିଲାନ୍ସ

ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକର ଏବିଡିଓ ଅସିତ କୁମାର ପାତ୍ରଙ୍କୁ ଭିଜିଲାନ୍ସ ଗିରଫ କରିଛି। ଓଡ଼ିଶା ଭିଜିଲାନ୍ସ ଗୁରୁବାର ସକାଳେ ଧର୍ମଶାଳା ବ୍ଲକର ଏବିଡିଓଙ୍କ ୭ଟି ସ୍ଥାନରେ ଚଢ଼ାଉ କରିଥିଲା।