ଝରାପାଲି ମାର୍କେଟ ଥୁଆପାଲି ଠାରେ ପବିତ୍ର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି।

ଝରାପାଲି ମାର୍କେଟ ଥୁଆପାଲି ଠାରେ ପବିତ୍ର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି।

ବରଗତ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଝରାପାଲି ମାର୍କେଟ ଥୁଆପାଲି ଠାରେ ପବିତ୍ର ରଥଯାତ୍ରା କମିଟି ପକ୍ଷରୁ ମହାସମାରୋହରେ ପାଳିତ ହୋଇଯାଇଛି। ଛେରାପହଁରା କରିଥିଲେ ରଶ୍ମିରଞ୍ଜନ ପାଢ଼ୀ ରଥଯାତ୍ରା କମିଟି ସହଯୋଗ କରିଥିଲେ। ଏହି ଅବସରରେ ରୁପାପାଲି ଓ ମହୁଲେ ମହିଳା ସଂକ୍ରିତନ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଖପାଖ ଅଞ୍ଚଳର ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ଆସି ଶ୍ରୀଜିଉଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ। ଏହି ସମୟରେ ବହୁ ସଂଖ୍ୟାରେ ଦୋକାନ ବଜାର ଲାଗି ଥିବାରୁ କିଣାକିଣି ସୁଯୋଗ ପାଇଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଭେଡେନ ପୋଲିସ ପକ୍ଷରୁ ଆଇଆଇସି ସୁଶାନ୍ତ କୁମାର ଦାଶ ପୋଲିସ ନିୟୋଜିତ କରିଥିଲେ। ଶାନ୍ତି ଶୃଙ୍ଖଳା ସହିତ ରଥଯାତ୍ରା ସମାପନ ହୋଇ ଥିବାରୁ ରଥଯାତ୍ରା କମିଟି ପକ୍ଷରୁ ଜନସାଧାରଣ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।