ଜିଲ୍ଲା ସ୍ତରୀୟ ଏକତା ପଦଯାତ୍ରା ଅବସରରେରଙ୍ଗୋଲି ପ୍ରତିଯୋଗିତା ରେ ପ୍ରଥମ ପୁରସ୍କାର ପାଇଲେ ସଙ୍ଗୀତା

ଜିଲ୍ଲା ସ୍ତରୀୟ ଏକତା ପଦଯାତ୍ରା ଅବସରରେରଙ୍ଗୋଲି ପ୍ରତିଯୋଗିତା ରେ ପ୍ରଥମ ପୁରସ୍କାର ପାଇଲେ ସଙ୍ଗୀତା
Spread the love

ଜିଲ୍ଲା ସ୍ତରୀୟ ଏକତା ପଦଯାତ୍ରା ଅବସରରେରଙ୍ଗୋଲି ପ୍ରତିଯୋଗିତା ରେ ପ୍ରଥମ ପୁରସ୍କାର ପାଇଲେ ସଙ୍ଗୀତା….କନ୍ଧମାଳ -୧୮/୧୧ (ରିପୋର୍ଟ କୁନା ଦିଗାଲ) ଜିଲ୍ଲା ସ୍ତରୀୟ ଏକତା ପଦ ଯାତ୍ରା ଅବସରରେ ପ୍ରଶାସନ ପକ୍ଷରୁ ଗୋପୋବନ୍ଧୁ ଛକ ଠାରେ ଅନୁଷ୍ଠିତ ରଙ୍ଗୋଲୀ ପ୍ରତିଯୋଗୀତାରେ ସଙ୍ଗୀତା କର କମ ସମୟ ମଧ୍ୟରେ ଏକ ସୁନ୍ଦର ରଙ୍ଗୋଳୀ କରି ପ୍ରଶାସନ ଓ ଦର୍ଶକ ଙ୍କ ମନ୍ ଜିଣି ବା ସହ ପ୍ରଥମ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ l ଏଥି ପୁର୍ବରୁ ସଙ୍ଗୀତା ଅନେକ ଥର ପ୍ରତି ଯୋଗିତlରେ ଅଂଶ ଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରି ଛନ୍ତି l କେବଳ ରାଙ୍ଗୋଲି ନୁହେଁ ବିଭିନ୍ନ ହସ୍ତକଳା, ପିଠା ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ହାସଲ କରିଛନ୍ତି lଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ବିଧାୟକ ଉମା ଚରଣ ମଲ୍ଲିକ, ଜିଲ୍ଲା ପାଳ ବେଦ ଭୂଷଣ, ଏସ ପି ହରିଶ ବିଶି ଓ ଅନ୍ୟ ମାନେ ଉପସ୍ଥିତ ଥିଲେ l ଏହି ପୁରସ୍କାର ନିଶ୍ଚିତ ଆଗକୁ ଆହୁରି ଭଲ ଚିତ୍ର ପ୍ରଦର୍ଶନ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ସଙ୍ଗୀତା କହିଛନ୍ତି l

Leave a Reply

Your email address will not be published. Required fields are marked *