ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଖାଦ୍ୟ ସୁରକ୍ଷା ବିନିୟମ ଶୀର୍ଷକ କାର୍ମଶାଳା

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଖାଦ୍ୟ ସୁରକ୍ଷା ବିନିୟମ ଶୀର୍ଷକ କାର୍ମଶାଳା
Spread the love

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଖାଦ୍ୟ ସୁରକ୍ଷା ବିନିୟମ ଶୀର୍ଷକ କାର୍ମଶାଳା“ଭାରତରେ ଖାଦ୍ୟ ବିନିୟମର ମୂଳଭୂତ ଧାରଣା” ବିଷୟରେ ପାଞ୍ଚଦିନିଆ କାର୍ଯ୍ୟଶାଳା–ସହ–ପ୍ରମାଣପତ୍ର ପାଠ୍ୟକ୍ରମ, ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ), କୋରାପୁଟର ଦୁଗ୍ଧ ବିଜ୍ଞାନ ବିଭାଗ, ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ (FSSAI) ଏବଂ ଇଣ୍ଟରନ୍ୟାସନାଲ୍ ଟ୍ରେନିଂ ସେଣ୍ଟର ଫର୍ ଫୁଡ୍ ସେଫ୍ଟି ଆଣ୍ଡ ଆପ୍ଲାଇଡ୍ ନ୍ୟୁଟ୍ରିସନ୍ (ITCFSAN), ମୁମ୍ବାଇଙ୍କ ମିଳିତ ଆନୁକୂଲ୍ୟରେ ବିଶ୍ବବିଦ୍ୟାଳୟର ସୁନାବେଡା ପରିସରରେ 17 ନଭେମ୍ବର 2025 ଠାରୁ ଆରମ୍ଭ ହୋଇଯାଇଛି । ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ ପକୁଳପତି ପ୍ରଫେସର ନରସିଂହ ଚରଣ ପଣ୍ଡା କାର୍ଯ୍ୟକ୍ରମର ଔପଚାରିକ ଉଦ୍‌ଘାଟନ କରିଥିଲେ । ଏହି ସମୟରେ ମଞ୍ଚରେ ଉପସ୍ଥିତ ଥିଲେ— ଶ୍ରୀ ନୀଳମଣି ବିସ୍ୱାଳ, ନିଦେଶକ, FSSAI ପୂର୍ବ ଅଞ୍ଚଳ କାର୍ଯ୍ୟାଳୟ, କୋଲକାତା; ଶ୍ରୀ ଦୁର୍ଯୋଧନ ସେଠୀ, ଅର୍ଥ ଅଧିକାରୀ, ସିୟୁଓ; ଏବଂ ବିଭାଗାଧ୍ୟକ୍ଷ ଡ଼ଃ ସଞ୍ଜୟ କୁମାର ପ୍ରଧାନ, ଦୁଗ୍ଧ ବିଜ୍ଞାନ ବିଭାଗ। ପାଠ୍ୟକ୍ରମର ସାରାଂଶ ପ୍ରସ୍ତୁତ କରିଥିବା FSSAI (ITCFSAN), ପଶ୍ଚିମ ଅଞ୍ଚଳ, ମୁମ୍ବାଇର ଟେକ୍ନିକାଲ୍ ଅଫିସର୍ ଶ୍ରୀ ମହାମ୍ମଦ ସାଲମାନ୍ ଚୁକ୍କାନ୍‌, ଦେଶର ବିକାଶଶୀଳ ଖାଦ୍ୟ ସୁରକ୍ଷା ପରିବେଶ ପରିପ୍ରେକ୍ଷିତ ଦୁଗ୍ଧ ପ୍ରଯୁକ୍ତିବିଦ୍‌ମାନଙ୍କ ପାଇଁ ଏହି କାର୍ଯ୍ୟଶାଳାର ଗୁରୁତ୍ୱ ଉପରେ ବର୍ଣ୍ଣନା କରିଥିଲେ । ଶ୍ରୀ ନୀଳମଣି ବିସ୍ୱାଳ ଖାଦ୍ୟ ସୁରକ୍ଷାରେ ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ବାନ ଗୁଡ଼ିକକୁ ସଠିକ ମୁକାବିଲା କରିବା ପାଇଁ ହୋଇଥିବା FSSAIର ପ୍ରୟାସ ସମ୍ପର୍କରେ ଆଲୋଚନା କରିଥିଲେ। ଶ୍ରୀ ଦୁର୍ଯୋଧନ ସେଠୀ ଛାତ୍ରଛାତ୍ରୀଙ୍କୁ ସୁସ୍ଥ ଜୀବନ ପାଇଁ ସୁସ୍ଥ ଖାଦ୍ୟ ଅଭ୍ୟାସ ଅପଣାଇବାକୁ ପ୍ରୋତ୍ସାହିତ କରିଥିଲେ।ପ୍ରଫେସର ପଣ୍ଡା ଛାତ୍ରଛାତ୍ରୀଙ୍କୁ ନିଜର ସମୁଦାୟ ଓ ବ୍ୟାପକ ସମାଜରେ ଖାଦ୍ୟ ସୁରକ୍ଷା ଓ ଗୁଣମାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଆହ୍ୱାନ କରିଥିଲେ।କାର୍ଯ୍ୟକ୍ରମର ଶେଷରେ ଡ଼ଃ ଚନ୍ଦ୍ରଶେଖର ବି., ସହାୟକ ଅଧ୍ୟାପକ, ଦୁଗ୍ଧ ବିଜ୍ଞାନ ବିଭାଗ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଦୁଗ୍ଧ ବିଜ୍ଞାନ ବିଭାଗର ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ବୋଲି ବିଶ୍ବବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଡ଼ଃ ଫଗୁନାଥ ଭୋଇ ଜଣେଇଛନ୍ତି ।

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଖାଦ୍ୟ ସୁରକ୍ଷା ବିନିୟମ ଶୀର୍ଷକ କାର୍ମଶାଳା

Leave a Reply

Your email address will not be published. Required fields are marked *