ଭାରତୀୟ ଯୁବକଙ୍କୁ ଏପରି ପରାମର୍ଶ ଦେଲେ ଏଲନ୍ ମସ୍କ, ସମସ୍ତେ ଆଶ୍ଚର୍ଯ୍ୟ

Spread the love

ସ୍ପେସ୍ ଏବଂ ଟେକ୍ ବିଲିୟନେୟାର ଇଲନ୍ ମସ୍କ ନିକଟରେ ଭାରତୀୟ ଉଦ୍ୟୋଗୀମାନଙ୍କୁ ଏକ ବିବାଦୀୟ ପରାମର୍ଶ ଦେଇଛନ୍ତି। “ବିଦ୍ରୋହୀ ହୁଅ” (Be a bully) ବୋଲି ପରାମର୍ଶ ଦେବା ସହିତ ସେ କହିଛନ୍ତି ଯେ ଯିଏ ନିଏ ତାହା ଠାରୁ ଅଧିକ ଦିଏ (କିମ୍ବା ଉତ୍ପାଦନ କରେ), ତାଙ୍କୁ ସେ ସମ୍ମାନ କରନ୍ତି।ଉଦ୍ୟୋଗୀ ତଥା ନିବେଶକ ନିଖିଲ କାମାଥଙ୍କ ‘People of WTF’ ପୋଡକାଷ୍ଟରେ କଥାବାର୍ତ୍ତା ବେଳେ ଟେସଲା ଏବଂ ସ୍ପେସ୍ ଏକ୍ସ ମୁଖ୍ୟ ଇଲନ୍ ମସ୍କ କହିଛନ୍ତି, “ମୁଁ ଯେକୌଣସି ବ୍ୟକ୍ତିଙ୍କର ବଡ଼ ପ୍ରଶଂସକ, ଯିଏ ବିଦ୍ରୋହୀ ହେବାକୁ ଚାହୁଁଛନ୍ତି। ତେଣୁ, ମୁଁ ଭାବୁଛି ଯିଏ ନିଏ ତାହା ଠାରୁ ଅଧିକ ଦିଏ, ସେମାନଙ୍କ ପାଇଁ ମୋର ସମ୍ମାନ ରହିଛି।

”ମସ୍କ ଆହୁରି କହିଛନ୍ତି ଯେ ଆକାଂକ୍ଷୀ ଉଦ୍ୟୋଗୀମାନେ ସମାଜ ପ୍ରତି ଯୋଗଦାନକାରୀ ହେବାକୁ ଲକ୍ଷ୍ୟ ରଖିବା ଉଚିତ୍। ସେ ଟଙ୍କା ପଛରେ ଗୋଡ଼ାଇବା ପରିବର୍ତ୍ତେ ଉପଯୋଗୀ ଉତ୍ପାଦ ଏବଂ ସେବା ଯୋଗାଇବା ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ଯଦି ଆପଣ ତାହା କରନ୍ତି, ତେବେ ଅର୍ଥ ତାହାର ସ୍ୱାଭାବିକ ପରିଣାମ ସ୍ୱରୂପ ଆସିବ, କିନ୍ତୁ ପ୍ରତ୍ୟକ୍ଷ ଭାବରେ ଟଙ୍କା ପଛରେ ଗୋଡ଼ାଇଲେ ନୁହେଁ।ସେ ସତର୍କ କରାଇ ଦେଇଛନ୍ତି ଯେ, କୌଣସି ବ୍ୟବସାୟରେ ସଫଳ ହେବାକୁ ଚାହୁଁଥିଲେ ଉଦ୍ୟୋଗୀମାନେ “ଅତ୍ୟଧିକ ପରିଶ୍ରମ” କରିବାକୁ ପ୍ରସ୍ତୁତ ରହିବା ଉଚିତ୍ ଏବଂ ସେମାନେ “ବିଫଳତାର ସମ୍ଭାବନା” କୁ ଗ୍ରହଣ କରିବା ଉଚିତ୍।ଏହି ପୋଡକାଷ୍ଟ ସମୟରେ ମସ୍କ H1-B ଭିସା କାର୍ଯ୍ୟକ୍ରମ, ଆମେରିକାର ଇକୋସିଷ୍ଟମରେ ଭାରତୀୟଙ୍କ ଯୋଗଦାନ, ଭବିଷ୍ୟତରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଏବଂ ରୋବୋଟିକ୍ସର ଭୂମିକା ତଥା ଭାରତରେ ଷ୍ଟାରଲିଙ୍କ୍ ଆରମ୍ଭ କରିବା ଆଦି ବିଷୟରେ ମଧ୍ୟ ଆଲୋଚନା କରିଥିଲେ।