ଟିକାବାଲି ବ୍ଲକ ରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ……

ଟିକାବାଲି ବ୍ଲକ ରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ……
Spread the love

ଟିକାବାଲି ବ୍ଲକ ରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ……
………………………….
କନ୍ଧମାଳ:- ତା ୦୮/୧୨/(ରିପୋର୍ଟ କୁନା ଦିଗାଲ) କନ୍ଧମାଳ ଜିଲ୍ଲା ଟିକାବାଲି ପଞ୍ଚାୟତ ସମତି ସଭା ଗୃହଠାରେ ଆଜି
କନ୍ଧମାଳ ଜିଲ୍ଲାପାଳ ଶ୍ରାଯୁକ୍ତ ବେଦ ଭୂଷଣ ଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଜନଶୁଣାଣୀ ଅନୂଷ୍ଠୀତ ହୋଇଥିଲା। ଏହି ଯୁଗ୍ମ ଜନ ସୁଣାଣିରେ ଉପସ୍ଥିତ ଥିଲେ , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ହରିସ୍ ବିଶି , ବାଲିଗୁଡା ଉପ ଜିଲ୍ଲାପାଳ ପ୍ରଣୀତି ଦାସ୍, ବାଲିଗୁଡ଼ା ପ୍ରକଳ୍ପ ପ୍ରଶାସନ ସମନ୍ୱିତ ଆଦିବାସୀ ଉନ୍ନୟନ ପରିଷଦ ଶ୍ରୀଯୁକ୍ତ କୃପାସିନ୍ଧୁ ବେହେରା , ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ଅଧିକାରୀ ଡ଼ଃ ସନ୍ତୋଷ କୁମାର ପାଢ଼ୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିଷ୍ଣୁ ଗୋବି୍ଦ, ଉପସ୍ଥିତ ରହି ବିଭିନ୍ନ ସ୍ଥାନୀୟ ସମସ୍ୟା ର ସମାଧାନ ପାଇଁ ଜନସାଧାରଣ ଙ୍କ ସାମୁହିକ ଓ ବ୍ୟକ୍ତି ଗତ ସମସ୍ୟା ଉପରେ ଏକ ସାର୍ବଜାନିନ ଅଭିଯୋଗ ଶୁଣାଣୀ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ ବିଭାଗିୟ ଅଧିକାରୀ, ଉପସ୍ଥିତ ରହି ଥିବାବେଳେ ଟିକାବାଲି ବ୍ଲକ୍ ର ୧୧ ଗୋଟି ପଞ୍ଚାୟତର ପୁରୁଷ ମହିଳା, ବୃଦ୍ଧ ବୃଦ୍ଧା ଜିଲ୍ଲାପାଳଙ୍କ ଜନଶୁଣାଣୀ ରେ ପ୍ରାୟ ରେସନ କାର୍ଡ, ପିଇବା ପାଣି , ଭତା, ରାସ୍ତା ଆବାସ ଗୃହ , ଜମିବାଡ଼ି ବିବାଦ, ନୂତନ ବିଦ୍ୟୁତ ସଂଯୋଗ ଏଭଳି ବିଭିନ୍ନ ସମସ୍ୟା ଉପରେ ଅଭିଯୋଗ ଶୁଣିବା ସହିତ ସମସ୍ୟା ର ସମାଧାନ ପାଇଁ ସମସ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ଏହି ଅଭିଯୋଗ ଶୁଣାଣୀରେ ଶର୍ବମୋଟ ୬୦ ଗୋଟି ଅଭିଯୋଗ ଆସିଥିବା ବେଳେ ସାମୁହିକ ସମସ୍ୟା ୧୮ ଗୋଟି ବ୍ୟକ୍ତିଗତ ସମସ୍ୟା ୪୨ ଗୋଟି ରେଜିଷ୍ଟର ହୋଇଥିଲା । ଏହି ଅଭିଯୋଗ ଶୁଣାଣୀରେ ବ୍ଲକ୍ ସମସ୍ତ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ରହିଥିଲେ ।