ସିଏମ୍‌ସି କମିଶନରଙ୍କ କଡ଼ା ଆଭିମୁଖ୍ୟ: ୩୦ କର୍ମଚାରୀ ସହିତ OAS ଅଧିକାରୀଙ୍କୁ ସୋ’ କଜ୍

Spread the love

ସିଏମ୍‌ସି କମିଶନରଙ୍କ କଡ଼ା ଆଭିମୁଖ୍ୟ: ୩୦ କର୍ମଚାରୀ ସହିତ OAS ଅଧିକାରୀଙ୍କୁ ସୋ’ କଜ୍

ଭୁବନେଶ୍ୱର: କଟକ ମ୍ୟୁନିସିପାଲ୍ କର୍ପୋରେସନ୍‌ (ସିଏମ୍‌ସି) କମିଶନର କାର୍ଯ୍ୟାଳୟରେ ଶୃଙ୍ଖଳାବଦ୍ଧତା ନିଶ୍ଚିତ କରିବା ପାଇଁ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି। ୩୦ ଜଣ କର୍ମଚାରୀଙ୍କୁ ବିଳମ୍ବରେ ଅଫିସ୍‌ ଆସିବାରୁ ସୋ’ କଜ୍‌ ନୋଟିସ୍‌ ଜାରି କରାଯାଇଛି।ସେଥିସହିତ, ଅଫିସରେ ଉପସ୍ଥିତ ନଥିବାରୁ ଜଏଣ୍ଟ କମିଶନର ବରନ୍ୟେନ୍ଦୁ ମହାନ୍ତିଙ୍କୁ ମଧ୍ୟ ସୋ’ କଜ୍‌ ନୋଟିସ୍‌ ଦିଆଯାଇଛି। ୨୪ ଘଣ୍ଟା ମଧ୍ୟରେ କାହିଁକି ତାଙ୍କର ଦରମା ବନ୍ଦ ହେବନି ବୋଲି ଲେଖିତ ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।କମିଶନରଙ୍କ କହିବା ଅନୁଯାୟୀ, କାର୍ଯ୍ୟାଳୟରେ ଶୃଙ୍ଖଳା ବଢ଼ାଇବା ଏବଂ ସରକାରୀ କାମକୁ ଦ୍ରୁତ ଗତିରେ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।