ଲକ୍ଷ୍ମୀପତ ସିଙ୍ଘାଣିଆ ପବ୍ଲିକ ସ୍କୁଲ ରେ “ବାର୍ଷିକ ଉତ୍ସବ”

ଲକ୍ଷ୍ମୀପତ ସିଙ୍ଘାଣିଆ ପବ୍ଲିକ ସ୍କୁଲ ରେ “ବାର୍ଷିକ ଉତ୍ସବ”
Spread the love

ଲକ୍ଷ୍ମୀପତ ସିଙ୍ଘାଣିଆ ପବ୍ଲିକ ସ୍କୁଲ ରେ “ବାର୍ଷିକ ଉତ୍ସବ”

ରାୟଗଡା (ଅମୁଲ୍ୟ ନିଶଙ୍କ ): ଗତ କାଲି ତା ୨୧ /୧୧/୨୦୨୫ ରିଖ ଶୁକ୍ରବାର ଦିନ ରାୟଗଡା ଜିଲ୍ଲା ଜେ.କେ.ପୁର ସ୍ଥିତ ଲକ୍ଷ୍ମୀପତ ସିଙ୍ଘାଣିଆ ପବ୍ଲିକ ସ୍କୁଲ ଠାରେ ୪୭ତମ ବାର୍ଷିକ ଉତ୍ସବ “ପରିବର୍ତ୍ତନ” ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବଟି ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଡ. ରୁବି କୁଣ୍ଡୁଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ରାୟଗଡା ଜିଲ୍ଲା ଅବସର ପ୍ରାପ୍ତ ଆରକ୍ଷୀ ଅଧକ୍ଷକ ଶ୍ରୀ ବିଷ୍ଣୁ ପ୍ରସାଦ ପାତ୍ର ଓଡିଶା ପୋଲିସ ସେବା -୧( ସୁପର ଟାଇମ ସ୍କେଲ )ମୁଖ୍ୟ ଅତିଥ୍ ଏବଂ ଜେ.କେ. ପେପର ମିଲର ବରିଷ୍ଠ ସାଧାରଣ ପରିଚାଳକ ଶ୍ରୀ ବିଜୟ ପ୍ରସାଦ ରଥ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଥମେ ଅତିଥିମାନଙ୍କ ଦ୍ବାରା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା । ଅନୁଷ୍ଠାନର ଅଧ୍ଯକ୍ଷା ଡ. ରୁବି କୁଣ୍ଡୁ ସ୍ବାଗତ ଭାଷଣ ସହିତ ଅତିଥ୍‌ ପରିଚୟ ପ୍ରଦାନ କରିଥିଲେ ଏବଂ ବିଦ୍ୟାଳୟର ବାର୍ଷିକ ବିବରଣୀ ମଧ୍ଯ ପାଠ କରିଥିଲେ।ଅତିଥି ମାନେ ନିଜ ସମ୍ଭାଷଣରେ ଛାତ୍ରଛାତ୍ରୀମାନେ କିପରି ବାଲ୍ୟ ଅବସ୍ଥା ରୁ ବର୍ତ୍ତମାନ ଅବସ୍ଥା ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟ ଏବଂ ପରିବର୍ତ୍ତନଦେଇ ଗତିକରିଛନ୍ତି, ନିଜକୁ ଆଜିର ପରିବର୍ତ୍ତିତ ସମୟରେ କଠିନ ପରିଶ୍ରମ ଦ୍ବାରା ସଫଳିତ କରିଛନ୍ତି ତା’ର ମୂଳମନ୍ତ୍ର ଉପରେ ଗୁରୁତ୍ୱାରୋପ କରିଥିଲେ I ତତପରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା |ଅନୁଷ୍ଠାନର ଇଂରାଜୀ ଶିକ୍ଷୟତ୍ରୀ ଶ୍ରୀମତୀ ଆଶା ମହାରଣା ଓ ହିନ୍ଦୀ ଶିକ୍ଷକ ଶ୍ରୀ ଆପଲ ରାଜୁ ମଞ୍ଚ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରତିଷ୍ଠାତା, ପରିଚାଳନା କମିଟି ସଦସ୍ୟ, ଏକ୍ସିକୁଟିଭ ଟ୍ରଷ୍ଟି, ଉପାଧ୍ଯକ୍ଷ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ । ବିଭିନ୍ନ ବର୍ଗରେ ସଫଳତା ପାଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।ଉତ୍ସବ ଶେଷରେ ଅତିଥ୍‌ ଓ ଅଭିଭାବକମାନଙ୍କୁ ଅନୁଷ୍ଠାନର ଇଂରେଜ ଶିକ୍ଷକ ଶ୍ରୀ ଅଜୟା ନନ୍ଦ ବେବର୍ଷ ଧନ୍ୟବାଦ ଅର୍ପଣ କରିବା ସହ ଜାତୀୟ ସଂଗୀତ ଗାନ ପୂର୍ବକ ଉତ୍ସବଟି ସମାପନ ହୋଇଥିଲା ।