ମହେନ୍ଦ୍ରଗିରିରେ କାଉଡିଆଙ୍କ ମ୍ୟାକ୍ସପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ, 6 ଆହତଙ୍କ ମଧ୍ୟରୁ 2 ଗୁରୁତର

Spread the love

ମହେନ୍ଦ୍ରଗିରିରେ କାଉଡିଆଙ୍କ ମ୍ୟାକ୍ସପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ, 6 ଆହତଙ୍କ ମଧ୍ୟରୁ 2 ଗୁରୁତର

ଗଜପତି(ମନୋଜ ପାଢୀ) : ଗଜପତି ଜିଲ୍ଲା ପୁରାଣପ୍ରସିଦ୍ଧ ମହେନ୍ଦ୍ରଗିରିରେ ଦୁର୍ଘଟଣା । ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରିକୁ ଗଞ୍ଜାମ ଜିଲ୍ଲା ଛତ୍ରପୁରରୁ ଏକ ମ୍ୟାକ୍ସପିକଅପରେ 20 ଜଣ କାଉଡିଆ ମହେନ୍ଦ୍ରଗିରି ଶିଖରରେ ଜଳାଭିଷେକ କରି ଫେରୁ ଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି । ସେମାନେ ଆସୁଥିବା ମ୍ୟାକ୍ସପିକପଟି ଭାରସାମ୍ୟ ହରାଇ ଓଲଟି ପଡିବାରୁ 6 ଜଣ କାଉଡିଆ ଗୁରୁତର ହୋଇ ଗାରାବନ୍ଧ ପୋଲିସ ଦ୍ବାରା ଉଦ୍ଧାର ହୋଇଛନ୍ତି । ଆହତଙ୍କୁ ତ୍ବରିତ ଚିକିତ୍ସା ପାଇଁ ପ୍ରଥମେ କଇଁପୁର ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରେ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ନହେବାରୁ 6 ଜଣଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାକେନ୍ଦ୍ରକୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ 6 ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ଶୁଭମ ଆଚାର୍ଯ୍ୟ ଓ ଡି. ନାରାୟଣଙ୍କୁ ବ୍ରହ୍ମପୁର ସ୍ଥିତ ଏମକେସିଜି ଚିକିତ୍ସା କେନ୍ଦ୍ରକୁ ଅଧିକା ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି । ସୂଚନା ପ୍ରକାରେ ଆଜି ସକାଳ ମହେନ୍ଦ୍ରଗିରି ଶିଖରରେ ଥିବା ଗୋକର୍ଣ୍ଣେଶ୍ବର ଶୈବପୀଠରେ ଜଳାଭିଷେକ କରି ଫେରୁଥିବା ବେଳେ ବୁରୁଖତ ପାସ୍ ଠାରୁ 200 ମିଟର ପୂର୍ବରେ ଥିବା ଏକ ବୁଲାଣିଆ ଘାଟିରାସ୍ତାରେ ଦୁର୍ଘଟଣା ଘଟିଥିବା ଗାରାବନ୍ଧ ଥାନା ଅଧିକାରୀ ପ୍ରଶାନ୍ତ ନିସିକା ସୂଚନା ଦେଇଛନ୍ତି । ତେବେ ଏହି ଘାଟିରେ ଯାନବାହାନ ଚଳାଚଳ ପାଇଁ ପ୍ରିତିବନ୍ଧକ ଥିବା ସତ୍ତ୍ବେ ଗଳାବାଟ ଦେଇ ବିଭିନ୍ନ ସମୟରେ ଯାତ୍ରୀ, ପର୍ଯ୍ୟଟକ,ଭକ୍ତ ଓ ଶ୍ରଦ୍ଧାଳୁ ଯାନବାହାନ ନେଇ ଦୁର୍ଘଟଣାର ଶିକାର ହେଉଛନ୍ତି । ଯାହାକୁ ଗୁରୁତ୍ବର ସହ ନେଇ ଜିଲ୍ଲାପ୍ରଶାସନ ନିୟମକଡାକଡି କରିବାକୁ ଦାବୀ ହୋଇଛି ।