ବ୍ରହ୍ମପୁର ରେଳଷ୍ଟେସନ ପରାମର୍ଶ ଦାତା କମିଟି ଗଠନ।

ବ୍ରହ୍ମପୁର ରେଳଷ୍ଟେସନ ପରାମର୍ଶ ଦାତା କମିଟି ଗଠନ।
Spread the love

ବ୍ରହ୍ମପୁର ରେଳଷ୍ଟେସନ ପରାମର୍ଶ ଦାତା କମିଟି ଗଠନ।

ଖୋର୍ଦ୍ଧା ରେଳମଣ୍ଡଳ ଅଧିକାରୀ ଙ୍କ ନିଯୁକ୍ତି ଅନୁଯାୟୀ ବ୍ରହ୍ମପୁର ରେଳଷ୍ଟେସନ ପରାମର୍ଶ ଦାତା କମିଟି ଗଠନ ହୋଇଛି ଓ ଉକ୍ତ କମିଟି ଏକ ବର୍ଷ କାର୍ଯ୍ୟ କରିବ ବୋଲି ନିଯୁକ୍ତି ପତ୍ର ରୁ ସୁଚନା ମିଳିଛି। କମିଟି ସଦସ୍ୟ ଯଥା ଆଇନଜୀବି ଶିବ ପ୍ରସାଦ ମିଶ୍ର,ପ୍ରଣବ କୁମାର ପଣ୍ଡା,ପୌର ନିଗମ ସଦସ୍ୟ ସମୀର କୁମାର ମିଶ୍ର ଓ ବନିତା ସାହୁ, ସାମ୍ବାଦିକ ଅଶୋକ କୁମାର ବ୍ରହ୍ମା, ଶିକ୍ଷାବିତ ତଥା ସମାଜସେବୀ ତ୍ରିନାଥ ମହାରଣା ଓ ଇ ତେଜେଶ୍ଵର ରାଓ, ପରିବେଶବିତ୍ ପ୍ରସନ୍ନ କୁମାର ମହାପାତ୍ର ଓ ବିଶିଷ୍ଟ ବ୍ୟବସାୟୀ ଗୁରୁ ଚରଣ ପ୍ରମୁଖ ନିଯୁକ୍ତି ପାଇଛନ୍ତି। ରେଳଷ୍ଟେସନ ର ଉନ୍ନତି ଓ ଯାତ୍ରୀ ମାନଙ୍କ ସୁବିଧା ସହଯୋଗ ନିମନ୍ତେ ଉକ୍ତ କମିଟି କାର୍ଯ୍ୟ କରିବ ବୋଲି ଜଣାପଡିଛି।