ନିଖୋଜ ନାବାଳିକା ଉଦ୍ଧାର, ଅପହରଣକାରୀ ଯୁବକ ଗିରଫ।

ନିଖୋଜ ନାବାଳିକା ଉଦ୍ଧାର, ଅପହରଣକାରୀ ଯୁବକ ଗିରଫ।
Spread the love

ନିଖୋଜ ନାବାଳିକା ଉଦ୍ଧାର, ଅପହରଣକାରୀ ଯୁବକ ଗିରଫ।

( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର)ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅର୍ନ୍ତଗତ ଏକ ଗ୍ରାମରେ ଜନୈକା ନାବାଳିକା ନିଖୋଜ ପରେ ପରିବାର ଲୋକେ ବହୁ ଖୋଜାଖୋଜି କରି ପାଇନଥିଲେ ଓ ହିଞ୍ଜିଳି ଥାନା ରେ ଏକ ନିଖୋଜ ମାମଲା ରୁଜୁ କରିଥିଲେ। ହିଞ୍ଜିଳି ପୋଲିସ ଏତଲା ନଂ ୮୬୯/୨୫ ଅନୁଯାୟୀ ଏକ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ସୁଚନା ଅନୁଯାୟୀ ଜଣାପଡିଥିଲା ଯେ ଉକ୍ତ ଗ୍ରାମର ଜଣେ ଯୁବକ ଉକ୍ତ ନାବାଳିକା କୁ ବିଭିନ୍ନ ପ୍ରଲୋଭନ ଦେଖାଇ ନେଇଯାଇଛି। କିନ୍ତୁ ଯୁବକ ଜଣକ ଉକ୍ତ ନାବାଳିକା କୁ ବିଭିନ୍ନ ସ୍ଥାନକୁ ନେଇ ଦୁଇ ଦିନ ବୁଲାବୁଲି କରି ଗତ ମଙ୍ଗଳବାର ଦିନ ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡ ରେ ଛାଡି ଚାଲିଯାଇଛି। ଖବର ପାଇ ପୋଲିସ ଉକ୍ତ ନାବାଳିକା କୁ ଭୁବନେଶ୍ୱର ରୁ ଉଦ୍ଧାର କରି ପରିବାର ଲୋକଙ୍କ ନିକଟରେ ଛାଡ଼ିଥିଲେ ଓ ଗତକାଲି ଉକ୍ତ ଗ୍ରାମକୁ ଆସିଥିବା ଖବର ପାଇ ପୋଲିସ ଚଢାଉ କରି ଯୁବକ ଜଣକୁ କାବୁ କରି ଥାନାକୁ ଆଣି ଯେରା କରିବା ପରେ ଭାରତୀୟ ନ୍ୟାୟ ସଂହିତା ଦଫା ଅନୁଯାୟୀ କୋର୍ଟ ଚାଲାଣ କରିଛନ୍ତି।