ଝିଲିମିଣ୍ଡା କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯକ୍ରମ ୨୦୨୫ ଅନୁଷ୍ଠିତ ହୋଇଯାଇଛି।

ଝିଲିମିଣ୍ଡା କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯକ୍ରମ ୨୦୨୫ ଅନୁଷ୍ଠିତ ହୋଇଯାଇଛି।
Spread the love

ଝିଲିମିଣ୍ଡା କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯକ୍ରମ ୨୦୨୫ ଅନୁଷ୍ଠିତ ହୋଇଯାଇଛି। ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକ ଝିଲିମିଣ୍ଡା କ୍ଲଷ୍ଟର ସ୍ତରୀୟ ଆଂଚଳିକ ଶିଶୁ ମହୋତ୍ସବ “ସୁରଭି ” ୨୦୨୫ ଗୁର୍ଖାପାଲି ପ୍ରାଥମିକ ବିଦ୍ୟାଳୟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଝିଲିମିଣ୍ଡା ପଂଚାୟତ ସମସ୍ତ ବିଦ୍ୟାଳୟ ସମେତ ପୋଡବାଡି ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନକୁଂ ନେଇ ବିଭିନ୍ନ ବିଭାଗର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏହାକୁ ସଂଯୋଜନା କରିଥିଲେ ଶିକ୍ଷକ ବୀରେନ୍ଦ୍ର ଭୋଇ। ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ଏକଲବ୍ୟ ପ୍ରଧାନ ପ୍ରଥମେ ସରସ୍ଵତୀ ଓ ଗଣେଶ ପ୍ରତି ଛବିର ନିକଟରେ ଧୂପଦୀପ ଓ ପୁଷ୍ପମାଲ୍ୟ ଅର୍ପଣ କରି ପୂଜାର୍ଚ୍ଚନା କରିଥିଲେ । ଅଧ୍ୟକ୍ଷତା କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଯାଜ୍ଞସେନୀ ନାୟକ , ସମ୍ମାନିତ ଅତିଥି ଭାବେ ଚେୟାରମ୍ଯାନ ଦୁଆରୁ ଦରଦିଆ, ସିଆରସିସି ରଂଜନ କୁମାର ବାଗ, ଝିଲିମିଣ୍ଡା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିଶିର କୁମାର ଭୋଇ ଯୋଗ ଦେଇଥିଲେ। ସମସ୍ତ ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀ ମାନଙ୍କ ବିଭିନ୍ନ ବିଭାଗର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଦ୍ଵିତୀୟ ଅଧିବେଶନରେ ପୁରସ୍କାର ବିତରଣ ଉତ୍ସବରେ ଅତାବିରା ଏମଏଲଏ ପ୍ରତିନିଧି ମିଲନ ସେଠ, ସାଂସଦ ପ୍ରତିନିଧି ସୁରେନ୍ଦ୍ର କୁମାର ସ୍ଵାଇଁ, ଏନଏସି ମଣ୍ଡଳ ସଭାପତି ଛତିନ ଚୌଧୁରୀ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିଥିଲେ ।ଏହି ସମୟରେ ବିଦ୍ୟାଳୟ ର ସମସ୍ତ କମିଟି ସଦସ୍ଯ ଓ ଗୁର୍ଖାପାଲି ଗ୍ରାମବାସୀ ସହଯୋଗ କରିଥିଲେ।ପରିଶେଷରେ ଶିକ୍ଷକ ସରୋଜ କୁମାର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।