ଗଜପତିରେ ପୁଣି ଜନନୀ ଯନ୍ତ୍ରଣା…… ପ୍ରସୂତିଙ୍କୁ ଏକ କିମି ବୋହି ଆମ୍ବୁଲାନ୍ସ କର୍ମଚାରୀମାନେ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଲେ ।

ଗଜପତିରେ ପୁଣି ଜନନୀ ଯନ୍ତ୍ରଣା…… ପ୍ରସୂତିଙ୍କୁ ଏକ କିମି ବୋହି ଆମ୍ବୁଲାନ୍ସ କର୍ମଚାରୀମାନେ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଲେ ।
Spread the love

ଗଜପତିରେ ପୁଣି ଜନନୀ ଯନ୍ତ୍ରଣା…… ପ୍ରସୂତିଙ୍କୁ ଏକ କିମି ବୋହି ଆମ୍ବୁଲାନ୍ସ କର୍ମଚାରୀମାନେ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଲେ । ଗଜପତି:୩୦/୧୦(ମନୋଜ ପାଢୀ): ଗଜପତି ଜିଲ୍ଲା ମୋହନା ବ୍ଲକରେ ପୁଣି ଜନନୀ ଯନ୍ତ୍ରଣା ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି. ଏହି ବ୍ଲକର ମଳାସପଦର ପଞ୍ଚାୟତ କୁସୁମା ସାହିରେ ପ୍ରସୂତି ମହିଳା ଭାଗ୍ୟ ବିଷୋୟୀ (୨୦) ପ୍ରସବ ଯନ୍ତ୍ରଣାରେ ଛଟପଟ ହେବା ଯୋଗୁଁ 108 ଆମ୍ବୁଲାନ୍ସକୁ ଖବର ଦିଆ ଯାଇଥିଲା. ହେଲେ ଗ୍ରାମକୁ ଆମ୍ବୁଲାନ୍ସ ଯିବାକୁ ରାସ୍ତା ନ ଥିବାରୁ କର୍ମଚାରୀମାନେ ଭରା ନଦୀ ପାର କରି କାନ୍ଧରେ ପ୍ରସୂତି ମହିଳାଙ୍କୁ ବୋହି ନେଇ ମୋହନା ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇ ଥିଲେ. ପରେ ମହିଳା ଜଣକ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ. ମା ଓ କନ୍ୟା ସନ୍ତାନ ଉଭୟଙ୍କ ଅବସ୍ଥା ଠିକ ଥିବା ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଜିତେନ୍ଦ୍ର ଦାସ ସୂଚନା ଦେଇଛନ୍ତି ।