ଏସ ଏସ ଡି ହାଇ ସ୍କୁଲ ର ପ୍ରଧାନ ଶିକ୍ଷକ ସୁରେଶ ସାହୁକାର ଙ୍କ ସପକ୍ଷରେ ଜିଲ୍ଲା ପ୍ରଶାସନକୁ ଅଭିଭାବକଙ୍କ ଦାବିପତ୍ର ପ୍ରଦାନ ।

Spread the love

ଏସ ଏସ ଡି ହାଇ ସ୍କୁଲ ର ପ୍ରଧାନ ଶିକ୍ଷକ ସୁରେଶ ସାହୁକାର ଙ୍କ ସପକ୍ଷରେ ଜିଲ୍ଲା ପ୍ରଶାସନକୁ ଅଭିଭାବକଙ୍କ ଦାବିପତ୍ର ପ୍ରଦାନ ।

ଗଜପତି (ମନୋଜ ପାଢୀ) : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ମହକୁମା ଏସ୍‌ଏସ୍‌ଡି ହାଇସ୍କୁଲର ବିବାଦିତ ପ୍ରଧାନ ଶିକ୍ଷକ ସୁରେଶ କୁମାର ସାହୁକାରଙ୍କ ବିରୋଧରେ ବିଭିନ୍ନ ପ୍ରକାରର ଦୁର୍ନୀତି ଅଭିଯୋଗ ଆଣି ଗତ ଦିନରେ ପୁର୍ବତନ ସରପଞ୍ଚ ପ୍ରାୟ ଚାରି ଦିନ ଧରି ଧାରଣା ରେ ବସିଥିଲେ। ପରେ ଜିଲ୍ଲାପାଳଙ୍କ ତଦନ୍ତ ପ୍ରତିଶ୍ରୁତି ମିଳିବା ପରେ ଧାରଣାରୁ ଉଠିଥିଲେ ପୁର୍ବତନ ସରପଞ୍ଚ ଦୀପ୍ତି ପ୍ରଭାଲାଲ ଶବର। ଅନ୍ୟ ପଟେ ଉକ୍ତ ବିଦ୍ୟାଳୟର ପଢୁଥିବା ବିଦ୍ୟାର୍ଥୀ ମାନଙ୍କ ଅଭିଭାବକ ମାନେ ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷକ ଜଣଙ୍କ ଭଲ ଶିକ୍ଷକ କହି ଜିଲ୍ଲା ପ୍ରଶାସନ କୁ ଭେଟିଥିଲେ। ଯଦି ଉକ୍ତ ଶିକ୍ଷକଙ୍କୁ ବଦଳି କରାଯାଏ ତାହା ହେଲେ ଆମେ ସମସ୍ତ ଅଭିଭାବକ ମାନେ ଜିଲ୍ଲାପାଲଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବୁ ବୋଲି ଆଜି ଦୁଇଟା ବେଳେ ଚେତାବନୀ ଦେଇଥିଲେ।