ଆନ୍ତଃ ଜିଲ୍ଲାସ୍ତରୀୟ ମେଧାବୀ ଛାତ୍ରଛାତ୍ରୀ ପରୀକ୍ଷାରେ ଗଜପତିର ପ୍ରଜ୍ଞାସିନୀ ପ୍ରଥମ ସ୍ଥାନ ଅଧିକାର କଲେ ।

Spread the love

ଆନ୍ତଃ ଜିଲ୍ଲାସ୍ତରୀୟ ମେଧାବୀ ଛାତ୍ରଛାତ୍ରୀ ପରୀକ୍ଷାରେ ଗଜପତିର ପ୍ରଜ୍ଞାସିନୀ ପ୍ରଥମ ସ୍ଥାନ ଅଧିକାର କଲେ ।

ଗଜପତି, 2/11(ମନୋଜ ପାଢୀ ): ଗଜପତି ଜିଲ୍ଲା ମୋହନା ବ୍ଲକ ଡେଙ୍ଗେସଖାଲ ଗ୍ରାମର ପିତା ଇଶୋବନ୍ଧୁ ଏବଂ ମାତା ମିନିତା ନାୟକଙ୍କ ଝିଅ ପ୍ରଜ୍ଞାସିନୀ ଆନ୍ତଃଜିଲ୍ଲାସ୍ତରୀୟ ମେଧାବୀ ଛାତ୍ରଛାତ୍ରୀ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରି ଗଜପତି ଜିଲ୍ଲା ପାଇଁ ଗର୍ବ ଓ ଗୌରବର ସମ୍ମାନ ଆଣିପାରିଛନ୍ତି. ସେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମପୁର ମହାମାୟୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦ୍ୱିତୀୟ ବର୍ଷର ଛାତ୍ରୀ ଅଟନ୍ତି. ଆନ୍ତଃ ଜିଲ୍ଲାସ୍ତରୀୟ ମହାବିଦ୍ୟାଳୟ ମେଧାଵୀ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ପରୀକ୍ଷା ନିମନ୍ତେ ୨୦ ଗୋଟି ମହାବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ମୋଟ ୬୦୦ ମାର୍କରୁ ୫୯୯ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ମୋହନା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଗଞ୍ଜାମ ଜିଲ୍ଲାରୁ +୨ ଏବଂ + ୩ ଶ୍ରେଣୀର ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭାଗ ନେଇଥିଲେ। ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ସ୍ଥାନୀୟ ମହାବିଦ୍ୟାଳୟରେ ମଧ୍ୟ ଖୁସିର ଲହରୀ ଖେଳିଯାଇଛି। ଆନ୍ତଜିଲାସ୍ତରୀୟ ମେଧାବୀ ଛାତ୍ରଛାତ୍ରୀ ପରୀକ୍ଷାରେ ପ୍ରଜ୍ଞାସିନୀ ପ୍ରଥମ ସ୍ଥାନ ହାସଲ କରିଥିବାରୁ ଗଜପତି ଜିଲ୍ଲାର ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।