ଅଧା ରାସ୍ତା ଅଟକି ରହିଛି ଆମ୍ବୁଲାନ୍ସ ଜାତୀୟ ରାଜପଥ ରାସ୍ତାରେ ରୋଗୀ ଅନ୍ତସନ୍ତ

ଅଧା ରାସ୍ତା ଅଟକି ରହିଛି ଆମ୍ବୁଲାନ୍ସ ଜାତୀୟ ରାଜପଥ ରାସ୍ତାରେ ରୋଗୀ ଅନ୍ତସନ୍ତ
Spread the love

ଅଧା ରାସ୍ତା ଅଟକି ରହିଛି ଆମ୍ବୁଲାନ୍ସ ଜାତୀୟ ରାଜପଥ ରାସ୍ତାରେ ରୋଗୀ ଅନ୍ତସନ୍ତ

….କନ୍ଧମାଳ – (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ଆମ୍ବୁଲାନ୍ସ ରୋଗୀଙ୍କୁ ସ୍ଥାନାନ୍ତର କରିବା ବେଳେ ଅଟକି ରହିଛି ରାସ୍ତା ରେ କାହିଁକି.? ସୂଚନା ପ୍ରକାରେ ସରକାରଙ୍କ ପ୍ରଦତ 108 ଆମ୍ବୁଲାନ୍ସ ସେବା ଦ୍ୱାରା ସାଧାରଣ ଗରିବ ଶ୍ରେଣୀର ଲୋକ ବହୁ ଉପକୃତ ହେଉଛନ୍ତି l ଜରୁରୀ କାଳୀନ ଏବଂ ଉନ୍ନତ ମାନର ଚିକିତ୍ସା ନିମନ୍ତେ ଏହା ନିଃଶୁଳ୍କ ସେବା ପ୍ରଦାନ କରି ଆସୁଅଛି l କିନ୍ତୁ ଦୀର୍ଘ 5 ବର୍ଷ ରୁ ଉର୍ଦ୍ଧ ହୋଇଯିବ ଏବଂ ବାସ୍ତବିକ ଆମ୍ବୁଲାନ୍ସ ଗାଡ଼ି ଗୁଡ଼ିକର ରକ୍ଷଣା ବ୍ୟକ୍ଷଣା ଅଭାବରୁ ଏହା ବର୍ତମାନ ରୋଗୀଙ୍କ ବନ୍ଧୁ କମ ଯମରାଜ ପଲୋଟି ଯାଇଛନ୍ତି l ଏମିତି ଅନେକ ଉଦାହରଣ କନ୍ଧମାଳ ଜିଲ୍ଲାର ଆମ୍ବୁଲାନ୍ସ ରେ ଦେଖିବାକୁ ମିଳିଛି l ଅନେକ ଆମ୍ବୁଲାନ୍ସ ଚଳନ ସକ୍ଷମ ନଥାଇ ସୁଧା ତାକୁ ଜଣେ ରୋଗୀର ଜୀବନ ବାହାକ ବନେଇ ଦିଆଯାଉଛି l ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଆମ୍ବୁଲାନ୍ସଟି ଦୀର୍ଘ 5 ବର୍ଷରୁ ଅଧିକ ସେବା ପ୍ରଦାନ ଦେବା ସହିତ 5 ଲକ୍ଷ କି. ମି. ଅତିକ୍ରମ କରି ସାରିଛି l ବାରାମ୍ବାର ଏହାର ମରାମତି କରିବା ସତ୍ୱେ ଗତ 20/11/2025 ରିଖ ଠାରୁ ଜଗନ୍ନାଥ ପ୍ରସାଦ ଠାରେ ଏହାର ଇଂଜିନ ତ୍ରୁଟି ଯୋଗୁଁ ଅଧା ବାଟରେ ଠିଆ ହୋଇ ରହିଛି l ଏହା କେବଳ ଟିକାବାଲି ନୁହେଁ କନ୍ଧମାଳର ଅନେକ ଆମ୍ବୁଲାନ୍ସ ଏହିପରି ରାସ୍ତା କଡରେ ଦେଖିବାକୁ ମିଳିଛି l ତେବେ ଏଥିପାଇଁ ଦାୟୀ କିଏ? ପ୍ରଶାସନ ନା ସରକାର? କିନ୍ତୁ ଏଥିପାଇଁ ବିଶ୍ୱାସରେ ନିଜ ସମ୍ପର୍କୀୟଙ୍କୁ ହରାଉଛନ୍ତି ସରଳ କନ୍ଧମାଳ ବାସୀ l ଜନସାଧାରଣ ଙ୍କ ମନରେ ପ୍ରଶ୍ନ ଉଠୁଥିବା ଏଭଳି ଅସନ୍ତୋଷ କୁ ରାଜ୍ୟ ସରକାର କିଭଳି ପଦକ୍ଷେପ ନେଉଛନ୍ତି ତାହା ଅପେକ୍ଷା ଜନିତ l