ବେଲଗୁଣ୍ଠା ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ୍ କର୍ମଚାରୀ ମାନେ ମାଡ଼ି ବସିଛନ୍ତି I

ବେଲଗୁଣ୍ଠା ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ୍ କର୍ମଚାରୀ ମାନେ ମାଡ଼ି ବସିଛନ୍ତି I
Spread the love

ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ଲାଞ୍ଚ ନେବା ସମୟରେ ପୁର୍ବରୁ ଛକି ରହିଥିବା ଭିଜିଲାନ୍ସ୍ କର୍ମଚାରୀ ମାନେ ମାଡ଼ି ବସିଛନ୍ତି I ସୂଚନା ପ୍ରକାରେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ଏମ୍ଆଇଏସ୍ ରୂପେ କାର୍ଯ୍ୟ କରୁ୍ଥିବା ସରୋଜ ଜେନାଙ୍କର ଛଅ ମାସ ତଳେ ଅନ୍ୟତ୍ର ବଦଳି ହୋଇ ଯାଇଥିଲା I ତେବେ ବେଲଗୁଣ୍ଠାରେ ତାଙ୍କର ଶେଷ ଦୁଇ ମାସର ଦରମା ଏବଂ ଏଲ୍.ପି.ସି ବକେୟା ଥିଲା I ଏନେଇ ସରୋଜ ବାରମ୍ବର କାର୍ଯ୍ୟ ନିର୍ବାହି ଅଧିକାରୀ ଶ୍ରୀ ଶତପଥୀଙ୍କୁ ଅନୁରୋଧ କରିଥିଲେ ମଧ୍ୟ ଶ୍ରୀ ଶତପଥି ଏହାକୁ ଅଣଦେଖା କରିବା ସହିତ ପଚିଶି ହଜାର ଟଙ୍କାର ଲାଞ୍ଚ ଦାବି କରିଥିଲେ I ଏନେଇ ସରୋଜ ବ୍ରହ୍ମପୁର ଭିଜିଲାନ୍ସ୍ ବିଭାଗ ର ଦ୍ୱାରସ୍ଥ ହୋଇଥିଲେ I ସରୋଜଙ୍କ ଅଭିଯୋଗ କ୍ରମେ ବ୍ରହ୍ମପୁର ଭିଜିଲାନ୍ସ୍ ଡ଼ି ଏସ୍.ପି ଶରତ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ବେଲଗୁଣ୍ଠାରେ ଛକି ରହିଥିଲେ I କିନ୍ତୁ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଶତପଥି ଚତୁରତାର ସହିତ ନିଜ କାର୍ଯ୍ୟାଳୟରେ ଟଙ୍କା ନେବା ବଦଳରେ ସରୋଜଙ୍କୁ ବାଲିପଦର ଡ଼କାଇଥିଲେ I ସେହି ପ୍ରକାରେ ସରୋଜ ଏବଂ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ୍ ଟିମ୍ ବାଲିପଦର ଯାଇଥିଲେ I ବାଲିପଦରର ବସ ଷ୍ଟାଣ୍ଡ ରେ ସକାଳ ସାଢେ ନଅଟା ବେଳେ ସରୋଜ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଶତପଥିଙ୍କୁ ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ୍ ଟିମ୍ ଶ୍ରୀ ଶତପଥିଙ୍କୁ ଅଟକ ରଖିବା ସହିତ ତାଙ୍କ ହାତରୁ ଲାଞ୍ଚ ଟଙ୍କା ଜବତ କରିଥିଲେ I ଏହାପରେ ଭିଜିଲାନ୍ସ ଟିମ୍ ତାଙ୍କୁ ସାଥିରେ ନେଇ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ପହଞ୍ଚି କାର୍ଯ୍ୟାଳୟର କାଗଜପତ୍ର ଏବଂ ସରକାରୀ କ୍ୱାର୍ଟର୍ ଯାଞ୍ଚ୍ କରିବା ପରେ ଦିନ ଗୋଟାଏ ପରେ ଭିଜିଲାନ୍ସର ଅନ୍ୟ ଏକ ଟିମ୍ ଶ୍ରୀ ଶତପଥିଙ୍କୁ କବିସୂର୍ଯ୍ୟନଗର ସ୍ଥିତ ତାଙ୍କ ବାସ ଭବନକୁ ନେଇ ବାସ ଭବନ ସମେତ ଅନ୍ୟ ଏକ କୋଠାରେ ମଧ୍ୟ ଯାଞ୍ଚ୍ କରିଥିଲେ I ସେଠାରୁ ତାଙ୍କୁ ଭିଜିଲାନ୍ସ ଟିମ୍ ବ୍ରହ୍ମପୁର ନେଇଥିବା ସୂଚନା ମିଳିଛି I ଏନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ୧୪/୨୫ ରେ ଏକ ମାମଲା ରୁଜୁ କରାଯାଇଛି I