୩ ସନ୍ତାନ ପ୍ରସବ କଲେ ମହିଳା

Spread the love

୩ ସନ୍ତାନ ପ୍ରସବ କଲେ ମହିଳା

ଗଜପତି,୯ା୧୦(ମନୋଜ ପାଢୀ): ଗଜପତି ଜ଼ିଲା ମୋହନା ବ୍ଲକ ଖାରିଗୁଡା ପଞ୍ଚାୟତ ଅନ୍ତର୍ଗତ ବନ୍ଦ୍ରିରି ଗାଁର ଜଣେ ମହିଳା ରବିବାର ୩ଟି ସନ୍ତାନ ପ୍ରସବ କରିଛନ୍ତି l ଗ୍ରାମର ଜିତେନ୍ଦ୍ର ମାଝୀଙ୍କ ସ୍ତ୍ରୀ ପୁଲିନା ଗର୍ଭବତୀ ଥିଲେ। ତାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ପରିବାର ଲୋକେ ଏକ ଅଟୋରେ ପୁଲିନାଙ୍କୁ ବିରିକୋଟ ଉପସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ସମୟରେ ଜଙ୍ଗଲ ରାସ୍ତାରେ ପୁଲିନା ଏକ କନ୍ୟା ସନ୍ତାନକୁ ଅଟୋରେ ଜନ୍ମ ଦେଇଥିଲେ।ପରେ ବିରିକୋଟ ସ୍ବାସ୍ଥ୍ୟକେନ୍ଦ୍ର ଫାଟକ ନିକଟରେ ଆଉ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ସ୍ବାସ୍ଥ୍ୟକେନ୍ଦ୍ରରେ କିଛି ସମୟ ପରେ ଆଉ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। କିନ୍ତୁ ତାହା ମୃତ ଶିଶୁ ଥିଲା। ବର୍ତ୍ତମାନ ମା’ ଓ ଦୁଇ ନବଜାତ ଶିଶୁ ସୁସ୍ଥଥିବା ଡାକ୍ତର ଜୟ ପଣ୍ଡା କହିଛନ୍ତି l