୨ ଦିନିଆ ଜାପାନ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ; ବୁଲେଟ୍ ଟ୍ରେନ୍ ଯାତ୍ରାରେ ନୂତନ ସନ୍ଦେଶ

ପ୍ରଧାନମନ୍ତ୍ରୀ ମୋଦୀ ଜାପାନ ଗସ୍ତ,
Spread the love

ଟୋକିଓ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ ଦିନିଆ ଜାପାନ ଗସ୍ତରେ ପହଞ୍ଚିଛନ୍ତି। ଏହି ଗସ୍ତରେ ସେଣ୍ଡାଇ ଯାତ୍ରା କାଳୀନ ସମୟରେ ସେ ବୁଲେଟ୍ ଟ୍ରେନ୍‌ରେ ବିଶେଷ ଅନୁଭବ ନେଇଥିଲେ। ପ୍ରାୟ ସାତ ବର୍ଷ ପରେ ଏହା ମୋଦୀଙ୍କର ପ୍ରଥମ ସ୍ୱତନ୍ତ୍ର ଜାପାନ ଗସ୍ତ ହେବାରୁ ଏହାରେ ବିଶେଷ ଗୁରୁତ୍ୱ ରହିଛି।ଏହି ଗସ୍ତରେ ପ୍ରଧାନମନ୍ତ୍ରୀଙ୍କର ପ୍ରାଥମିକ ଲକ୍ଷ୍ୟ ହେବ –ଭାରତର ଜାତୀୟ ସ୍ୱାର୍ଥ‌କୁ ଆଗକୁ ବଢାଇବା,ଭାରତ-ଜାପାନ ଦ୍ୱିପାକ୍ଷିକ ସମ୍ପର୍କ‌କୁ ଆହୁରି ମଜବୁତ କରିବା,ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ସହଯୋଗ‌କୁ ନୂତନ ଗତି ଦେବା।ବିଦେଶ ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଏହି ସଫର ଭାରତ-ଜାପାନ ସମ୍ପର୍କକୁ ଏକ ନୂତନ ମାଇଲସ୍ଟୋନ୍‌ରେ ପହଞ୍ଚାଇପାରେ।