ନୌପଡ଼ା-ପାରଳାଖେମୁଣ୍ଡି-ଗୁଣପୁର ରେଳପଥ ଦୁଇ ଥାକିଆ ଲାଇନ୍ ହେବ; ଡି.ଆର. ଏମ ।

Spread the love

ନୌପଡ଼ା-ପାରଳାଖେମୁଣ୍ଡି-ଗୁଣପୁର ରେଳପଥ ଦୁଇ ଥାକିଆ ଲାଇନ୍ ହେବ; ଡି.ଆର. ଏମ ।

ଗଜପତି:୧୦/୧୧(ମନୋଜ ପାଢୀ) ଦୁଇଥାକିଆ ହେବ ନୌପଡ଼ା-ପାରଳାଖେମୁଣ୍ଡି-ଗୁଣପୁର ରେଳପଥ ବୋଲି ୱାଲଟିଅର ଡିଭିଜନ ଡିଆରଏମ୍ ଲଳିତ ବୋରା ପାରଳାଖେମୁଣ୍ଡି ରେଳଷ୍ଟେସନ୍‌ରେ ପହଞ୍ଚି ପ୍ରକାଶ କରିଛନ୍ତି. ସେ ଅମୃତଭାରତ ଯୋଜନାରେ ନିର୍ମାଣାଧୀନ ସମସ୍ତ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ଅବସରରେ ନୌପଡ଼ା-ଗୁଣୁପୁର ରେଳଲାଇନ୍ ଦୋହରୀକରଣ ନେଇ ସୂଚନା ଦେଇଥିଲେ । ପାରଳା ଷ୍ଟେସନ ପ୍ରବେଶପଥ ଠାରୁ ଆରମ୍ଭ କରି ସମସ୍ତ ରାସ୍ତା, ପାନୀୟଜଳ ବ୍ୟବସ୍ଥା, ବୟସ୍କଙ୍କ ପାଇଁ ଲିଫ୍ଟ ବ୍ୟବସ୍ଥା, ଆନୁଷଙ୍ଗିକ ସିଗ୍‌ନାଲ ବ୍ୟବସ୍ଥା, ନବନିର୍ମିତ ବିଶ୍ରାମାଗାର ତଦାରଖ କରିଛନ୍ତି। ପାରଳାଖେମୁଣ୍ଡି ଷ୍ଟେସନ ଆଗକୁ ଅତି ଉନ୍ନତମାନର ଷ୍ଟେସନ ହେବାକୁ ଯାଉଥିବା ସେ ପ୍ରକାଶ କରି ଯଥାଶୀଘ୍ର ସମସ୍ତ କାର୍ଯ୍ୟର ସମାପନ କରାଯାଇ କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *