ଅଡଗାଁ ବଜାର ରେ ଟାଟା ପାୱାର ବିରୁଦ୍ଧ ରେ ଜନ ସଭା ବରଗଡ-୩,୧୦(ଭବାନୀ ଶଙ୍କର ପାଢ଼ୀ)ବରଗଡ ବ୍ଲକ ଅନ୍ତର୍ଗତ ଅଡଗାଁ ବଜାର ପ୍ରାଙ୍ଗଣ ରେ ବରଗଡ଼ ରୁ ଭେଡେନ ରୋଡ ଅଞ୍ଚଳ ବାସୀ ଙ୍କ ଦ୍ୱାରା ଏକ ଜନ ସଭା ଅନୁଷ୍ଠିତ ହୋଇଥିଲା। ଏହି ଜନ ସଭା ରେ ଟାଟା ପାୱାର ଓ ବରଗଡ଼ ରୁ ଭେଡେନ ରାସ୍ତା ରେ ହେଉଥିବା ଡକାୟତି ବିରୁଦ୍ଧ ରେ ଶହ ଶହ ଚାଷୀ ଓ ଅଞ୍ଚଳ ବାସୀ ଙ୍କ ଉପସ୍ଥିତି ରେ ଆଲୋଚନା ହୋଇଥଲା। ଉଭୟ ଟାଟା ପାୱାର ଓ ପୋଲିସ ପ୍ରଶାସନ ବିଷୟ ରେ ଦୁଇଟି ପୃଥକ ପୃଥକ ଦାବୀ ପତ୍ର ଦେବା ପାଇଁ ସ୍ଥିର ହେଇଥିଲା।ସମସ୍ତେ ସମସ୍ତ ଙ୍କ ର ଭିନ୍ନ ଭିନ୍ନ ସମସ୍ୟା ବିଷୟ ରେ କହିଥିଲେ। ଟାଟା ପାୱାର ମନମୁଖୀ ଇଲେକ୍ଟ୍ରୀ ବିଲ ଆଦାୟ,ସ୍ମାର୍ଟ ମିଟର କୁ ବିରୋଧ,ବରଗଡ଼ ରୁ ଭେଡେନ ରାସ୍ତା ରେ ହେଉଥିବା ଡକାୟତି କୁ ରୋକିବା ପାଇଁ ପୋଲିସ ପ୍ରଶାସନ ର ଚୋବିସ ଘଣ୍ଟିଆ ପେଟ୍ରୋଲିଂ, ଏକ ନୂତନ ଥାନା ର ନିର୍ମାଣ ସକାଶେ ପ୍ରସ୍ତାବ ମାନ ଗ୍ରହଣ କରାଯାଇଥିଲା। ଏ ସବୁ ର ଶୀଘ୍ର ସମାଧାନ ନ ହେଲେ ଆଗାମୀ ଦିନରେ ସ୍ମାର୍ଟ ମିଟର କୁ ଖୋଲି ରାଜ ରାସ୍ତା କୁ ଆସି ଏକ ବଡ ଧରଣ ର ଆନ୍ଦୋଳନ ହେବ ବୋଲି ଅଞ୍ଚଳ ବାସୀ କହିଛନ୍ତି। ଏହି ଜନ ସଭା ରେ ନିଷ୍ଠା ପରିବାର ର ଉପଦେଷ୍ଟା ତଥା ଅଡଗାଁ ସମବାୟ ସେବା ସମିତି ର ସଭାପତି ଅଶ୍ୱିନୀ ତ୍ରିପାଠୀ, ପୁର୍ବତନ ସରପଞ୍ଚ କ୍ଷିରୋଦ୍ର ସାହୁ, ବିଶିଷ୍ଟ ଚାଷୀ ନେତା ଉତ୍ପନ୍ନ ଭୋଇ, ରାଜେଶ ମହାପାତ୍ର, ନରେନ୍ଦ୍ର ଭୋଇ, ଗାଇସିମା ସରପଞ୍ଚ ଧିରେନ ମହାପାତ୍ର, ଖଣ୍ଡହଥା ସରପଞ୍ଚ ଚିତ୍ର ସେନ ସାହୁ, ପ୍ରଫୁଲ୍ଲ ଭୋଇ ଓ ଅଞ୍ଚଳ ବାସୀ ଉପସ୍ଥିତ ଥିଲେ।
Related Posts
‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟରେ ୫ ହଜାର ଟଙ୍କା ଲେଖାଏ ପାଇଲେ ୩୫ ଲକ୍ଷରୁ ଅଧିକ ମହିଳା
‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟରେ ୫ ହଜାର ଟଙ୍କା ଲେଖାଏ ପାଇଲେ ୩୫ ଲକ୍ଷରୁ ଅଧିକ ମହିଳା ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗସ୍ତରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିୟାନ୍…
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗସ୍ତରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିୟାନ୍… କନ୍ଧମାଳ :- 05/024 (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ବାଲିଗୁଡା ରେ ଭିକେ ପାଣ୍ଡିଆନ…
ରାଜଧାନୀ ଭୁବନେଶ୍ୱରରେ ଅଧିକାଂଶ ଅଞ୍ଚଳରେ ୨୪ ଘଣ୍ଟା ଧରି ବନ୍ଦ ରହିବ ପାନୀୟ ଜଳ ଯୋଗାଣ।
ରାଜଧାନୀ ଭୁବନେଶ୍ୱରରେ ଅଧିକାଂଶ ଅଞ୍ଚଳରେ ୨୪ ଘଣ୍ଟା ଧରି ବନ୍ଦ ରହିବ ପାନୀୟ ଜଳ ଯୋଗାଣ। ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଅପରାହ୍ନ ୨ଟାରୁ ଶନିବାର ୨ଟା ପର୍ଯ୍ୟନ୍ତ…