ବରିଷ୍ଠ ନାଗରିକ ଦିବସରେ ଉପକରଣ ବିତରଣ ମେଳା ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ନୁଆଗଡ ବ୍ଳକ ଖଜୁରୀପଦା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆନ୍ତର୍ଜାତିୟ ବୟସ୍କ ଦିବସ ଅବସରରେ ବୟସ୍କ ବ୍ୟକ୍ତିଙ୍କ ଉପକରଣ ବିତରଣ ମେଳା ଅନୁଷ୍ଠିତ ହୋଇଥିଲା । ସମାଜିକ ସୁରକ୍ଷା ଏବଂ ସଶକ୍ତିକରଣ ମନ୍ତ୍ରୀଳୟ ଭାରତ ସରକାରଙ୍କ ରାଷ୍ଟ୍ରୀୟ ବୟାଶ୍ରୀ ଯୋଜନା ଦ୍ବାରା ଭାରତୀୟ କୁତ୍ରିମ ଅଙ୍ଗ ନିର୍ମାଣ ନିଗମ ଅଧୀନରେ ଉପକରଣ ବିତରଣ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୁଆଗଡ ବ୍ଳକ ଅଧ୍ୟକ୍ଷା ମାଳତୀ ପ୍ରଧାନ, ବିଡିଓ ଲୋକନାଥ ଶବର ,ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଆନନ୍ଦ ରାଓ ଗଣ୍ଠି, ଖଜୁରୀପଦା ସରପଞ୍ଚ ଷଣ୍ଡୁ ମଣ୍ଡଳ, ପିଇଓ ତଥା ଜିପିଇଓ ନରସିଂହ ଚରଣ ମିଶ୍ର ଓ ବିଧାୟକ ପ୍ରତିନୀଧି ପୁରୁଷୋତ୍ତମ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଅତିଥିମାନଙ୍କ ଦ୍ବାରା ବିଭିନ୍ନ ଉପକରଣ ବଣ୍ଟନ କରିଥିଲେ । ଏଥିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ୨୦୨୩ — ୨୪ ବର୍ଷରେ ଚିହ୍ନଟ ହୋଇଥିବା ମୋହନା, ଆର,ଉଦୟଗିରି ଓ ନୁଆଗଡ ବ୍ଳକର ୫୦ ଜଣ ହିତାଧିକାରୀଙ୍କୁ ହ୍ବିଇଲ ଚେୟାର, ଟ୍ରାଇ ସାଇକେଲ, ଆଶା ବାଡି, ଅନ୍ଧ ସ୍ମାଟ କେନ, ଶ୍ରବଣ ଯନ୍ତ ଓ ବଙ୍କୁଲି ବାଡି ଇତ୍ୟିାଦି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଗୁଣ୍ଠି ପରିଚାଳନା କରିଥିଲେ ।
Related Posts
ଜିଲ୍ଲାସ୍ତରୀୟ ହକି ତାରକା ମେଜର ଧ୍ୟାନଚାନ୍ଦ’ଙ୍କ ୧୧୯ ତମ ଜନ୍ମ ଦିବସ ଓ ଜାତୀୟ କ୍ରୀଡା ଦିବସ ପାଳିତ ।
ଜିଲ୍ଲାସ୍ତରୀୟ ହକି ତାରକା ମେଜର ଧ୍ୟାନଚାନ୍ଦ’ଙ୍କ ୧୧୯ ତମ ଜନ୍ମ ଦିବସ ଓ ଜାତୀୟ କ୍ରୀଡା ଦିବସ ପାଳିତ । ଗଜପତି – ହକି’ର ଯାଦୁକର ତଥା…
ଜିଡିଙ୍ଗ ସାହିରେ ବଜ୍ରାଘାତରେ ୧୪ ବର୍ଷ ବାଳକର ମୃତ୍ୟୁ
ଜିଡିଙ୍ଗ ସାହିରେ ବଜ୍ରାଘାତରେ ୧୪ ବର୍ଷ ବାଳକର ମୃତ୍ୟୁ——————————-କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )ଟିକାବାଲି ବ୍ଲକ ରେ ଅଦିନିଆ ବର୍ଷା କୁ ସାମାନ୍ୟ ଝଡ଼ ତଫାନରେ…
ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ବାତ୍ୟା ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା ପାଇଁ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ
ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ବାତ୍ୟା ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା ପାଇଁ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ବାଲେଶ୍ଵର: ବାଲେଶ୍ୱର ଜିଲ୍ଲାରେ ବାତ୍ୟା ‘ଦାନା’ ର…