ଆସନ୍ତା ୨୪ ରେ ୬ ଘଣ୍ଟିଆ ଭୁବନେଶ୍ବର ବନ୍ଦ
ଭୁବନେଶ୍ୱର: ଭରତପୁର ଥାନା ମାମଲାରେ ୬ ଘଣ୍ଟିଆ ଭୁବନେଶ୍ବର ବନ୍ଦ ଡାକରା ଦେଲା ବିଜେଡି।ଆସନ୍ତା ୨୪ ତାରିଖ ସକାଳ ୬ଟା ରୁ ଦିନ ୧ଟା ଯାଏଁ ଭୁବନେଶ୍ବରରେ ଅଖ ଚକ ବନ୍ଦ ରହିବ ବୋଲି ସୂଚନା ଦେଲେ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର।ଭରତପୁର ଥାନାରେ ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଅତ୍ୟାଚାର ମାମଲାରେ ତୁରନ୍ତ ନ୍ୟାୟ ଦେବା ଦାବିରେ ଏହି ବନ୍ଦ ପାଳନ କରାଯିବ।