ବେସାହାରା ବୃଦ୍ଧ ଦମ୍ପତିଙ୍କୁ ଦଇବ ସାହା ।
ଗଜପତି(ମନୋଜ କୁମାର ପାଢ)- ଆଜିର ଏହି ମହଙ୍ଗା ଦୁନିଆରେ ସଂସାର ଚଳାଇ ନିଜେ ଚଳିବା ଏତେ ସହଜ ନୁହେଁ ।ଆଉ ପରିଣତ ବୟସରେ ନିଜେ ବଞ୍ଚିବା ଓ ସଂସାର ଚଳାଇବା ତାହା ଆପଣ ଏହି ବୃଦ୍ଧ ଦମ୍ପତିଙ୍କୁ ଦେଖିଲେ ଜାଣିପାରିବେ । ନାସେମାନଙ୍କ ମୁଣ୍ଡରେ ଅଛି ଛାତ ନା ପେଟକୁ ମିଳୁଛି ଭାତ। ଏହେଉଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଲକ ଜିରାଙ୍ଗ ପଞ୍ଚାୟତ କମଳାପୁର ଗ୍ରାମର ଶଡଙ୍ଗା ଶବର । ବୟସ ଆସି 80 ରେ ପହଞ୍ଚିଲାଣି । ପରିବାର କହିଲେ ନିଜ 77 ବର୍ଷୀୟା ଧର୍ମ ପତ୍ନୀଙ୍କ ଛଡ଼ା କେହି ନାହିଁ । ଆଉ ଘର …….. ଘର କଥା କହିଲେ ଏତେ ବଡ଼ ଗାଆଁ ରେ ବଡ଼ବଡ଼ ପକ୍କାଘର ମଧ୍ୟରେ ସୋରିଷ ଭଳି କୁଡିଆ ଟିଏ । ଦେଖନ୍ତୁ ଦୁଇଟି ଟିଣ ଆଉ କେତେ ଖଣ୍ଡ ଇଟାରେ ନିର୍ମିତ ଶଡଙ୍ଗାର ଏହି ଘର । କୋଉଠୀ କାନ୍ଥ ଫାଟି ଆଁ ତ କୋଉଠି କାନ୍ଥ ଆଉଜି ରହିଛି । ଆଉ ରୋଷେଇଶାଳ ଦେଖନ୍ତୁ । ଚାଖଣ୍ଡେ ଜାଗାରେ ରୋଷେଇ ଠାରୁ ଆରମ୍ଭକରି ସେହିଠାରେ ସବୁକିଛି । ଆଉ ଏହି ଚୁଲିରେ ବି କେବେ ଜଳେ ନିଆଁ କେବେ ଜଳେ ନାହିଁ। ଏ ପରିଣତ ବୃଦ୍ଧ କାଳରେ ନିଜେ ସେବା ଟିକେ ପାଇବା ଆଶା ରଖିଥିବା ବେଳେ ସେହି ଆଶା ବି ମଉଳି ଯାଇଛି । ନିର୍ଦ୍ଦୟ ଦଇବ ଅଧା ରାସ୍ତାରୁ ଛଡାଇ ନେଇଚି ନିଜର ଆଶା ବାଡ଼ି କୁ ।ସାହାରା ପାଇଁ ଏବେ ଆଉ କୌଣସି ସନ୍ତାନ ସନ୍ତତି ନାହାନ୍ତି।ସରକାରଙ୍କ ତରଫରୁ ଯାହା ଶଡ଼ଙ୍ଗାକୁ ବାର୍ଦ୍ଧକ୍ୟ ଭତ୍ତା ମିଲେ ତାହା ସମୁଦ୍ରକୁ ସଂଖେ , ଆଉ 77 ବର୍ଷୀୟ ସ୍ତ୍ରୀକୁ ଆଜି ଯାଏ କିଛି ସହାୟତା ନାହିଁ । ସରକାର ଆବାସ ଯୋଜନା ରେ କୋଟି କୋଟି ଟଙ୍କା ବ୍ୟୟବରାଦ କରି ଆସୁଛନ୍ତି ସତ କିନ୍ତୁ ଷଡ଼ଙ୍ଗାଙ୍କ କ୍ଷେତ୍ରରେ ଆବାସ ଯୋଜନା ସାତ ସପନ , ତେବେ କାହା ସ୍ୱାର୍ଥରେ ଆବାସ ଯୋଜନା, କାହା ସ୍ୱାର୍ଥରେ ବାର୍ଦ୍ଧକ୍ୟ ଭତା ଆଉ କାହା ସ୍ୱାର୍ଥରେ ସମସ୍ତ ସରକାରୀ ଯୋଜନା । ବାରମ୍ବାର ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଅଭିଯୋଗ କଲେ ମଧ୍ୟ କେହିବି କର୍ଣ୍ଣପାତ କରୁନାହାନ୍ତି, ଶେଷରେ ପରିଣତ ବୟସରେ ଉଭୟ ବୃଦ୍ଧ ଦମ୍ପତି ଭାଗ୍ୟକୁ ଆଦରି ଦିନ କାଟୁଛନ୍ତି । ସମୟ ଚକ୍ରରେ କେତେବେଳେ ଯେମିତି ପେଶି ହେଉଛନ୍ତି ସଡଙ୍ଗା ତାହା ଆଖିରେ ଦେଖି କୋହକୁ ଚାପି ରହିବାକୁ ଛଡ଼ା କିଚିନୁହ । ରୋଷେଇ ଶାଳରେ ଧୂଳି ଧୂସର ହାଣ୍ଡିରେ କିଛି ମାଣ୍ଡିଆ ଯାଉକୁ ସାଇପଡିଶା ଦେଇଥିବା ବାଉଁଶ କରଦ ସିଝା ଖାଇ କାଳ କଟୁଛି । ସଞ୍ଜ ନଇଁଲେ ସବୁ ଲୁଚିଯାଏ ସଡ଼ଙ୍ଗା ର ଦୁଃଖଭରା କାହାଣୀ ର ପ୍ରତିଟି ତେଲିଆ ମୁଣ୍ଡରେ ତେଲ ଭଳି ଅନେକ କ୍ଷେତ୍ରରେ ଆବାସ ବ୍ୟତିକ୍ରମ ଦେଖାଦେଇଛି । ଅନେକ ଯୋଜନା ଗୁଡ଼ିକ ରେ ମଧ୍ୟ ବ୍ୟତିକ୍ରମ ଦେଖାଦେଇଛି ।କିନ୍ତୁ ଏହି ନିରୀହ ବେସାହାରା ଦମ୍ପତିଙ୍କ କ୍ଷେତ୍ରରେ କାହିଁକି ହୋଇପାରୁନି ? ନା ସେ ହାତଗୁଞ୍ଜା ଦେଇ ପାରୁନି ?ନା ସେ ବଡ଼ ବଡ଼ ବାବୁଙ୍କୁ ଖୁସି କରିପାରୁନି ?ତେବେ ଏ ତେ ସବୁ ସରକାରଙ୍କ ମାଳ ମାଳ ଯୋଜନା କାହାପାଇଁ କାହା ସ୍ୱାର୍ଥ ଲାଗି । ଜଣେ ଗରିବ ଅସହାୟ ବୃଦ୍ଧଦମ୍ପତି କିଛି ଉପକାର ପାଇପାରୁନି । ଦେଖାଯାଉ ଖବର ପ୍ରସାରଣ ପରେ ପ୍ରଶାସନ ଓ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି କେବେ ପଡ଼ିବ ତାହା ଦେଖିବାକୁ ରହିଲା ବାକି ।